ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଅନେକ ପ୍ରସଙ୍ଗ ନେଇ ଚାଲିଛି ମାନସ ମନ୍ଥନ

Published By : Prameya-News7 Bureau | March 07, 2021 IST

ଭୁବନେଶ୍ୱର ୦୭।୦୩: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ । ଭୁବନେଶ୍ୱରରେ ବସିଛି ବୈଠକ । ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହାପ୍ରଭାରୀ ବିଜୟ ପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ।  

ସେହିପରି ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପ୍ରଭାରୀ ଉପସ୍ଥିତ । ଆଗକୁ ଦଳର କାର୍ଯ୍ୟକ୍ରମ ନେଇ ହେଉଛି ବିସ୍ତୃତ ଆଲୋଚନା । ଓଡିଶା ବିକାଶରେ ବାଧକ ରାଜ୍ୟ ସରକାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ସୀମା ବିବାଦ ପ୍ରସଙ୍ଗକୁ ନେଇ ରାଜନୈତିକ ଚିଠା ଉପରେ ଆଲୋଚନା ।  ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଓ ସାଙ୍ଗଠନିକ ବିସ୍ତାରକୁ ନେଇ ମାନସ ମନ୍ଥନ । କେଉଁ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବ ତାହାକୁ ନେଇ ହେଉଛି ଆଲୋଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.