ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ବିଜେପିକୁ ଝଟ୍‌କା, କଂଗ୍ରେସରେ ଯୋଗଦେଲେ ପ୍ରେମଚନ୍ଦ ଗୁଡ୍ଡୁ

Published By : Prameya-News7 Bureau | May 31, 2020 IST

ଭୋପାଳ ୩୧।୫: ମଧ୍ୟପ୍ରଦେଶ ରାଜନୀତିରେ ଯାହା ଆଶଙ୍କା କରାଯାଉଥିଲା ଏବେ ତାହାହିଁ ହେବାକୁ ଯାଉଛି। ପୂର୍ବତନ ବିଜେପି ସାଂସଦ ପ୍ରେମଚନ୍ଦ ଗୁଡ୍ଡୁ ରବିବାର କଂଗ୍ରେସରେ ଯୋଗଦେଇଛନ୍ତି। ଗୁଡ୍ଡୁ ତାଙ୍କ ପୁଅ ଅଜିତ ବୈରାସୀଙ୍କ ସହ ଭୋପାଲସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ଆସି ପୁଣି ଥରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

{"id":279000,"sizeSlug":"large"}

ଏଥିପାଇଁ ପୂର୍ବତନ ଭାଜପା ସାଂସଦ ଓ ତାଙ୍କ ପୁଅ ସକାଳେ ବରିଷ୍ଠ କଂଗ୍ରେସ ନେତା କମଲ ନାଥକୁ  ଭେଟିଥିଲେ।  ସେଠାରେ ବିଧାନସଭାର ପୂର୍ବତନ ବାଚସ୍ପତି ଏନ.ପି. ପ୍ରଜାପତି, ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ସାଂସଦ ପାର୍ଟିରେ ଯୋଗଦେବା ପରେ ତାଙ୍କୁ ସାମ୍ବେର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ତୁଲସୀ ସିଲାବଟଙ୍କ ବିପକ୍ଷରେ କଂଗ୍ରେସକୁ ପ୍ରାର୍ଥୀ ମିଳିଯାଇଥିବାର କୁହାଯାଉଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ତୁଲସୀ ସିଲାବଟ ବିଜେପିକୁ  ଯାଇଛନ୍ତି। ତେବେ ସେମାନେ ଯେବେଠୁ ବିଜେପିରେ ଯୋଗଦେଲେ ସେବେଠୁ ଗୁଡ୍ଡୁ ସେମାନଙ୍କୁ ଦଳରେ ଟାର୍ଗେଟ୍ କରୁଥିଲେ। ଏଥିପାଇଁ ପ୍ରଦେଶ ବିଜେପି ପକ୍ଷରୁ ତାଙ୍କୁ ସୋକଜ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।

{"id":279001,"sizeSlug":"large"}

ଗୁଡ୍ଡୁ ମଧ୍ୟ ଛାଡିବାର ଲୋକ ନଥିଲେ। ଜବାବରେ ସେ ପାର୍ଟି ଛାଡି ସାରିଥିବା କହିଥିଲେ। ଏଣୁ ସେବେଠାରୁ ଗୁଡ୍ଡୁ  କଂଗ୍ରେସକୁ ଯାଉଥିବାର ଅଙ୍କକଷା ଚାଲିଥିବା ବେଳେ ରବିବାର ତାହାହିଁ ହୋଇଛି। ସେପଟେ ଗୁଡ୍ଡୁଙ୍କ କଂଗ୍ରେସରେ ଯୋଗଦାନକୁ ନେଇ ବିଜେପି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.