Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୃଷକଙ୍କୁ ସମର୍ଥନ କରି ଦଳ ଛାଡିଲେ ବିଜେପି ନେତା, ୨୦୧୪ରୁ ୧୯ ଯାଏଁ ଥିଲେ ହରିୟାଣାର ବିଧାୟକ

30/09/2020 at 6:50 PM

ଚଣ୍ଡିଗଡ, ୩୦ ।୦୯:  ହରିୟାଣା ରାଦାଉର ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଶ୍ୟାମ ସିଂ ରାଣା ଭାରତୀୟ ଜନତା ପାର୍ଚି ଛାଡିଛନ୍ତି । ସେ ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି । ସେ ନିଜ ସମର୍ଥକଙ୍କ ସହ ଦଳ ଛାଡିବା ନେଇ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ନିଜ ଇସ୍ତଫା ବାବଦରେ ସେ କହିଛନ୍ତି ଯେ, ବର୍ତ୍ତମାନ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କୃଷି ବିଲ କୃଷକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରାଜ୍ୟରେ କୃଷକମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଟନ୍ ଟନ୍ ଫସଲ ମଣ୍ଡିରେ ପଡି ରହିଛି । ଏହାକୁ ବିକ୍ରି କରିବା ପାଇଁ ସରକାର କୌଣସି ବ୍ୟବସ୍ଥା କରୁନାହାଁନ୍ତି । ଯଦି ସରକାର କୃଷକଙ୍କ ଅସୁବିଧା ଉପରେ ନଜର ଦିଅନ୍ତେ ତେବେ ଏତେ ସମସ୍ୟା ଉପୁଜନ୍ତା ନାହିଁ ।

ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ସେ କହିଛନ୍ତି ଯେ, ସେ ଦଳର ରାଜ୍ୟ ସଭାପରି ଓପି ଧଙ୍କରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସେ ଏହାକୁ ସ୍ୱୀକାର କରିବେ ନା ନାହିଁ ତାହା ସେ ଜାଣନ୍ତି ନାହିଁ । ତେବେ ସେ ସମର୍ଥକଙ୍କ ସହ ଦଳ ଛାଡିବା ନେଇ ଆଲୋଚନା କରିଛନ୍ତି । ସମର୍ଥକଙ୍କ ପରାମର୍ଶ ପରେ ହିଁ ସେ କୌଣସି ନିଷ୍ପତ୍ତି ନେବେ । ତେବେ ଶେଷ ପର୍ଯ୍ୟନ୍ତ ସେ କୃଷକଙ୍କ ସହ ଛିଡା ହେବେ ବୋଲି କହିଛନ୍ତି ।

ରାଣା ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ରହିଥିଲେ । ସେବେ ୨୦୧୯ରେ ସେ ଦଳୀୟ ଟିକେଟ୍ ନେବାକୁ ମନା କରିଦେଇଥିଲେ । ତାଙ୍କ ସ୍ଥାନରେ କରଣ ଦେବ କମ୍ବୋଜଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ ବିଶନ ଲାଲ୍ ସାଇନିଙ୍କଠାରୁ ପରାସ୍ତ ହୋଇଥିଲେ ।

   Related Posts