ମମତାଙ୍କ ବିରୋଧରେ ପୁରା ଦମ୍ ଲଗାଇଦେଇଛି ବିଜେପି : ଶେଷଦିନରେ ପ୍ରଚାର କରିବେ ୮୦ ହେଭିଓ୍ୱେଟ୍

Published By : Prameya-News7 Bureau | September 27, 2021 IST

କୋଲକାତା, ୨୭।୦୯ :  ପଶ୍ଚିମବଙ୍ଗର ଭବାନୀପୁରରେ ଆସନ୍ତା ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଉପ ନିର୍ବାଚନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ପଦବୀରେ ରହିବାକୁ ହେଲେ ଦିଦିଙ୍କୁ ନିର୍ବାଚନ ଜିତିବାକୁ ହେବ । ମମତାଙ୍କ ବିରୋଧରେ ବିଜେପି ପ୍ରିୟଙ୍କା ଟିବରେଓ୍ୱାଲଙ୍କୁ ପ୍ରାର୍ଥୀ କରିଛି ।

ସୋମବାର ହେଉଛି ପ୍ରଚାରର ଶେଷଦିନ । ସନ୍ଧ୍ୟା ୫ଟା ପରଠୁ ପ୍ରଚାର ବନ୍ଦ ହୋଇଯିବ । ଏହାପୂର୍ବରୁ ଶେଷଦିନରେ ବିଜେପି ଓ ଟିଏମସି ପ୍ରଚାରରେ ପୁରା ଦମ୍ ଲଗାଇଦେଇଛନ୍ତି । ଟିଏମସିର ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି । ବିଜେପି ୮୦ ନେତାଙ୍କୁ ଶେଷ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଇଛି ।ରବିବାର  ବାତ୍ୟା ଗୁଲାବ ପାଇଁ ରାଜ୍ୟରେ ପାଗ ମେଘୁଆ ଥିଲେ ବି ପ୍ରଚାର କିନ୍ତୁ ଥମିନଥିଲା ।

ବିଜେପି ଓ ଟିଏମସିର କହିବାନୁସାରେ, ଭବାନୀପୁରରେ ୨୦ ପ୍ରତିଶତ ମୁସଲିମ ରୁହନ୍ତି  । ସିଖ୍ ଓ ଅଣବାଂଲାଭାଷୀ ହିନ୍ଦୁଙ୍କୁ ସଂଖ୍ୟା ୩୪ ପ୍ରତିଶତରୁ ଅଧିକ । ଏହି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପ୍ରତି ବ୍ଲକ ପିଛା ୧୦ ନେତାଙ୍କୁ ଦାୟିତ୍ୱ ଦେଇଛି।

ରାଜ୍ୟ ବିଜେପି ଉପସଭାପତି ପ୍ରତାପ ବାନାର୍ଜୀ କହିଛନ୍ତି ଯେ, ମତାଦାତାଙ୍କୁ ବୁଝାଯିବ । ସୋମବାର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଓ ଜାତୀୟ ଉପାଧ୍ୟକ୍ଷ ଦୀଲିପ ଘୋଷ ଜନତାଙ୍କୁ ସମ୍ବୋଧନ କରିବେ । ସନ୍ଧ୍ୟାରେ ସେମାନେ ଦିଲ୍ଲୀ ଗସ୍ତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିବେ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ସୁଭାସ ସରକାର, ରାହୁଲ ସିହ୍ନା ଆଦି ନିର୍ବାଚନମଣ୍ଡଳୀରେ ଅନେକ ସଭା କରି ଭୋଟ୍ ମାଗିବେ ।

ଟିଏମସି ପକ୍ଷରୁ ମମତା ବାନାର୍ଜୀଙ୍କ ସମେତ ଅନେକ ତୁଙ୍ଗ ନେତା ମଧ୍ୟ ଶେଷ ଦିନରେ ପ୍ରଚାରକୁ ତ୍ୱାରିନ୍ୱିତ କରିବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.