Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରଦ୍ଦ ହେବ ମମତାଙ୍କ ନାମାଙ୍କନ ? ବିଜେପି ନିର୍ବାଚନ ଏଜେଣ୍ଟଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଅସମ୍ପୂର୍ଣ୍ଣ

14/09/2021 at 4:27 PM

କୋଲକାତା ୧୪।୯:  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ୩୦ ସେପ୍ଟେମ୍ବର ଭୋଟ ଲାଗି ସେ ତାଙ୍କ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ନିର୍ବାଚନ ଏଜେଣ୍ଟ  ମମତାଙ୍କ ପ୍ରାର୍ଥୀପତ୍ରକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଅସମ୍ପୂର୍ଣ୍ଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଏଜେଣ୍ଟ ସଜଲ ଘୋଷ କହିଛନ୍ତି। 

ଘୋଷ ଅଭିଯୋଗ କରିଛନ୍ତି ଯେ ମମତା ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ଉପରେ ରୁଜ ୫ ଅପରାଧିକ ମାମଲା ନେଇ କୌଣସି ସୂଚନା ଦେଇ ନାହାନ୍ତି। ଏଣୁ ତାଙ୍କ ପ୍ରାର୍ଥୀପତ୍ର ଅସମ୍ପୂର୍ଣ୍ଣ ଓ ଅଗ୍ରାହ୍ୟ ହେବା ଯୋଗ୍ୟ ବୋଲି ଦାବି କରିଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କୁ ଘୋଷ ଲେଖିଥିବା ପତ୍ରରେ ମମତାଙ୍କ ବିରୋଧରେ ରୁଜୁ ମାମଲାଗୁଡିକ କେଉଁ ସ୍ଥାନରେ ଓ କେଉଁ ଦିନ ହୋଇଥିଲା ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ କେତେକ ମାମଲା ଗତ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଥିଲା ବୋଲି ସେ ପତ୍ରରେ ଉଲ୍ଲେଖ କରିଥିବା ବେଳେ ମମତା ସତ୍ୟପାଠରେ ସେସବୁକୁ ଲୁଚାଇଥିବାର ଅଭିଯୋକଗ କରିଛନ୍ତି । 

ଉପନିର୍ବାଚନ ଲାଗି ମମତା ସେପ୍ଟେମ୍ବର ୧୦ ତାରିଖ ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ବିରୋଧରେ ବିଜେପିରୁ ପ୍ରିୟଙ୍କା ଟିବରେୱାଲ ପ୍ରାର୍ଥୀ ହୋଇଥିବା ବେଳେ ସିପିଏମରୁ ଶ୍ରୀଜୀବୀ ବିଶ୍ୱାସ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ତେବେ ମମତାଙ୍କ ପ୍ରାର୍ଥୀପତ୍ର ଅସମ୍ପୂର୍ଣ୍ଣ ବୋଲି ବିଜେପି ପ୍ରାର୍ଥୀ ଟିବରେୱାଲ ଅଭିଯୋଗ କରିଛନ୍ତି।

   Related Posts