Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ପଶ୍ଚିମବଙ୍ଗରେ ବିଜେପିକୁ ଝଟକା, TMCରେ ଯୋଗଦେବେ ଅଲ୍ଲୀପୁରଦ୍ୱାର ପାର୍ଟି ଜିଲ୍ଲା ସଭାପତି

20/06/2021 at 7:37 PM

କୋଲକାତା ୨୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)କୁ ରାଜ୍ୟରୁ ମୂଳପୋଛ କରିଦେବେ ବୋଲି ବିଜେପି ନେତାମାନେ ଘୋଷଣା କରୁଥିଲେ। ହେଲେ ଏବେ ନିର୍ବାଚନ ପରବର୍ତ୍ତି ପରିଦୃଶ୍ୟ ବଦଳିବାରେ ଲାଗିଛି। ଏଥିରେ ରାଜ୍ୟ ବିଜେପିର ସାଙ୍ଗଠନିକ ସଂରଚନା ହିଁ ଏବେ ବିଗିଡିବା ଭଳି ଲାଗିଲାଣି। ସୋମବାର ଉତ୍ତରବଙ୍ଗ ଅଲ୍ଲୀପୁରଦ୍ୱାର ବିଜେପି ସଭାପତି ଗଙ୍ଗା ପ୍ରସାଦ ଶର୍ମା ଟିଏମସିରେ ଯୋଗ ଦେବାକୁ ଯାଉଥିବା ଜଣାପଡିଛି।

ଏ ନେଇ ନିଜେ ଗଙ୍ଗା ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି। ଯେଉଁଥିରେ ସେ ନିଜେ ଓ ତାଙ୍କର କିଛି ସମର୍ଥକଙ୍କ ସହ ସୋମବାର ତୃଣମୂଳ ଭବନରେ ଦଳରେ ଯୋଗଦେବାକୁ ଯାଉଛୁ ବୋଲି କହିଛନ୍ତି। ନିର୍ବାଚନ ପୂର୍ବରୁ ଅନେକ ତୃଣମୂଳ ନେତା ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ପରେ ଏବେ ବିଜେପି ନେତା ଏବେ ତୃଣମୂଳ ମୁହାଁ ହେବା ରାଜ୍ୟରେ ଦଳର ବିପରୀତ ପରିସ୍ଥିତିର ସୂଚନା ଦେଉଛି। ବିଜେପି ସାଂସଦ ଜନ ବାର୍ଲା ଏକ ବୟାନରେ ଉତ୍ତର ବଙ୍ଗଳାକୁ ବିଭାଜନ କରିବାକୁ କହିଛନ୍ତି। ସେହିପରି ରାଜ୍ୟର କେତେକ ଅଞ୍ଚଳକୁ ନେଇ ଏକ ନୂଆ କେନ୍ଦ୍ର ଶାସିତ ରାଜ୍ୟର ଦାବି ଉଠାଇଛନ୍ତି।

ବିଜେପି ସଭାପତି ଗଙ୍ଗା ପ୍ରସାଦ ପାର୍ଟି ସାଂସଦଙ୍କ ଏଭଳି ବୟାନରେ ଗଭୀର ମର୍ମାହତ ହୋଇଥିବା ବେଳେ ବେଙ୍ଗଲରେ ବିଜେପି ଏବେ ବିନାଶ ଆଡକୁ ଢଳୁଥିବା ଅନୁମାନ କରିସାରିଲେଣି। ଏଣୁ ଶାସକ ଦଳରେ ଯୋଗ ଦେଇ ନିଜର ରାଜନୈତିକ ଛବି ବଞ୍ଚାଇବା ଏବେ ଅନେକ ବିଜେପି ନେତା ଓ କର୍ମୀଙ୍କ ଲାଗି ଆହ୍ୱାନ ପାଲଟିଯାଇଛି। ଏଥିରେ ଅନେକ ଟାଣୁଆ ନେତା ମଧ୍ୟ ଆଗକୁ ଟିଏମସି ମୁହାଁ ହେଉଥିବାର ମିଳୁଥିବା ସୂଚନା ମଧ୍ୟ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲାଣି।  

   Related Posts