ସୁଶାନ୍ତ ସିଂହ ମାମଲାରେ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କଲା ବିଜେପି: କହିଲା, ଆଦିତ୍ୟ ଠାକରେ-ସଞ୍ଜୟ ରାଉତଙ୍କ କରାଯାଉ ନାର୍କୋ ଟେଷ୍ଟ

Published By : Prameya-News7 Bureau | August 12, 2020 IST

ମୁମ୍ବାଇ ୧୨/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରାଜନୀତି ଚରମ ସୀମାରେ ପହଞ୍ଚିଛି | ମହାରାଷ୍ଟ୍ର ସରକାରଙ୍କ ତରଫରୁ ସାଂସଦ ସଞ୍ଜୟ ରାଉତ ମାମଲାର ନିର୍ଦେଶ ନିୟନ୍ତ୍ରଣ କରୁଛନ୍ତି | ସୁଶାନ୍ତ ସିଂହଙ୍କ ପରିବାର ଛଡା ବିହାରର ଅନ୍ୟ ଦଳ ମଧ୍ୟ ସଞ୍ଜୟଙ୍କୁ ନେଇ ପ୍ରଶ୍ନ କରୁଛନ୍ତି | ବିଜେପି ମଧ୍ୟ ସଞ୍ଜୟଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି |

ବିହାର ବିଜେପି ପ୍ରବକ୍ତା ନିଖିଳ ଆନନ୍ଦ ସିଂହ ଶିବସେନା ମୁଖ୍ୟଙ୍କ 'ସାମନା'ରେ ପ୍ରକାଶ ପାଇଥିବା ଲେଖାକୁ ନେଇ କ୍ଷୁବ୍ଧ ପ୍ରକାଶ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ଅନ୍ଧାର ଶାସନ ଚାଲିଛି ଏବଂ ଉଦ୍ଧବ ଠାକରେ ମଧ୍ୟ ଅନ୍ଧାରରେ ଅଛନ୍ତି | ସେ କହିଛନ୍ତି ସୁଶାନ୍ତ ସିଂହ ମାମଲାରେ ତଥ୍ୟ-ପ୍ରମାଣକୁ ନଷ୍ଟ କରାଯାଉଛି | ସେ କହିଛନ୍ତି ଦିଶା ସାଲିୟାନଙ୍କ ଫାଇଲ ଡିଲିଟ କରିବା ପରେ ତାଙ୍କ କପଡା ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି | 

ବିଜେପି ପ୍ରବକ୍ତା କହିଛନ୍ତି, ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରେ ଉଦ୍ଧବ ଠାକରେ, ବଲିଉଡ ମାଫିଆ ଓ କଂଗ୍ରେସ ସାମ୍ନାକୁ ଆସିଛି | ଯାଞ୍ଚ ପାଇଁ ଯାଇଥିବା ବିହାର ପୋଲିସ ବିରୋଧରେ ମୁମ୍ବାଇ ପୋଲିସ ପ୍ରୋକ୍ସି କେସ କରୁଛି | ଏହିଭଳି ପରିସ୍ଥିତିରେ କେବଳ ସିବିଆଇ ଓ ସୁପ୍ରିମକୋର୍ଟରୁ ହିଁ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ | ମାମଲାର ଯାଞ୍ଚ କରୁଥିବା ସିବିଆଇ ଟିମ ଆଦିତ୍ୟ ଠାକରେ ଓ ସଞ୍ଜୟ ରାଉତଙ୍କୁ ପଚରାଉଚୁରା କରୁ ବୋଲି ସେ କହିଛନ୍ତି | ଏହାସହ ସେମାନଙ୍କ ନାର୍କୋ ଟେଷ୍ଟ ମଧ୍ୟ କରାଯିବା ଉଚିତ ବୋଲି ସେ କହିଛନ୍ତି | ଏହିଭଳି ପରିସ୍ଥିତିରେ ଯେତେବେଳେ କଂଗ୍ରେସ ମଧ୍ୟ ଅଭିଯୁକ୍ତଙ୍କ ପକ୍ଷରେ ରହିଛି ଏହି ମାମଲାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ନିଜର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି |

ଏହା ପୂର୍ବରୁ ସୁଶାନ୍ତ ସିଂହଙ୍କ ଭାଇ ଓ ବିଜେପି ବିଧାୟକ ନିରାଜ କୁମାର ସଞ୍ଜୟ ରାଉତଙ୍କୁ ଲିଗାଲ ନୋଟିସ ପଠାଇ ୪୮ ଘଣ୍ଟା ସମୟ ଦେଇଥିଲେ | ସେ ଦେଇଥିବା ବୟାନ ଉପରେ କ୍ଷମା ମାଗିବାକୁ ତାଙ୍କୁ କୁହାଯାଇଥିଲା | ସଞ୍ଜୟ ରାଉତଙ୍କ ବୟାନକୁ ନେଇ ବିହାରର ଅନ୍ୟାନ୍ୟ ଦଳ ମଧ୍ୟ ମନ୍ତବ୍ୟ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.