ଭୁବନେଶ୍ବର ୭|୬: ପାଟଣାଗଡ ବିଧାୟକ ସରୋଜ ମେହେର ଜେଇଙ୍କୁ ବସଉଠ କରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ସରୋଜ ଶାସକ ଦଳର ବିଧାୟକ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବିଜେପି ଅଭିଯୋଗ କରିଛି।
ସେପଟେ ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି କରିଛି ଓଡିଶା ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ। ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଡିପ୍ଲୋମା ଇଞ୍ଜିନିୟର୍ସସେବା ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।