ସରକାରୀ ଅଫିସରଙ୍କ ରିପୋର୍ଟକୁ ଆଧାର କରି ଏଥର ବିଜେଡି ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେଇଛି ବୋଲି ବିଧାୟକଙ୍କ ଭାଇରାଲ୍ ଅଡିଓ ଯାଂଚ ପାଇଁ ଦାବି

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ଆସନର ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ବୟାନର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଭାରତୀୟ ଜନତା ପାର୍ଟି ଆଜି ଚିଫ୍ ଇଲୋକ୍ଟୋରାଲ ଅଫିସରଙ୍କୁ ଅନୁରୋଧ କରିଛି । ସରକାରୀ ଅଫିସରଙ୍କ ରିପୋର୍ଟକୁ ଆଧାର କରି ଏଥର ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କୁ ଟିକେଟ ଦେଇଛି ବୋଲି ସୁଶାନ୍ତ ବେହେରାଙ୍କ ଭାଇରାଲ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସେହିପରି, ବରଗଡ଼ ସହରରେ ସେଠିକାର ପୌର ପରିଷଦ ପକ୍ଷରୁ କରାଯାଉଥିବା ୱାଲିଂରେ ସୌଜନ୍ୟ ବିଜେଡ଼ି ଉଲ୍ଲେଖ କରାଯାଉଥିବାର ଫଟୋ ଏବଂ ଭିଡ଼ିଓ ପ୍ରମାଣ ଆଜି ବିଜେପି ଚିଫ୍ ଇଲୋକ୍ଟୋରାଲ ଅଫିସରଙ୍କୁ ଫେରାଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.