Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ପ୍ରାର୍ଥୀମାନଙ୍କ ସୁରକ୍ଷା ଦାବି କଲା ବିଜେପି

13/04/2019 at 7:25 PM

ଭୁବନେଶ୍ୱର ୧୩/୦୪: ଗତକାଲି ସଂଧ୍ୟ୍ୟାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନୀ ମଣ୍ଡଳୀର ୟୁନିଟ୍୮ ସ୍ଥିତ ମହାବୀର କ୍ଲବ୍ ଯାହା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ୧ କିମି ପାଖରେ ଥିବା ଅଂଚଳ, ସେଠାରେ ଭୁବନେଶ୍ୱର ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଏବଂ ମଧ୍ୟ ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏକ ନିର୍ବାଚନ ପ୍ରଚାର ଶୋଭାଯାତ୍ରରେ ଯାଉଥିବାବେଳେ ବିଜୁ ଯୁବ ବାହିନୀର ୪୦ ରୁ ୫୦ ଜଣ କର୍ମକର୍ତାମାନେ ଖରାପ ବ୍ୟବହାର ଓ ଆଚରଣ ଦେଖାଇ, ଖରାପ ଭାଷାରେ ଗାଳିଗୁଲଜ କରି ଏବଂ ଟେକା ପଥର ମାଡ କରିଛନ୍ତି । ଏହି ଘଟଣାରେ ପ୍ରଧାନ ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ରାଜଧାନୀରେ ଶାସକ ଦଳ ଏପରି ଗୁଣ୍ଡାଗର୍ଦି ଚାଲିଥିବା ବେଳେ ପାଖରେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିଛି କଲେ ନାହିଁ । ଯଦି ରାଜଧାନିର ସ୍ଥିତି ଏମିତି ତ ଆଉ ଅନ୍ୟ ବିଧାନସଭା କ୍ଷେତ୍ରରେ କିପରି ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ? ଏହାର ପ୍ରତିବାଦରେ ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛି ।


ଘଟଣା ଘଟିଥିଲା ବେଳେ ପୋଲିସ ବିଭାଗର ଦୁଇଜଣ ଏସିପି, ନୟାପଲ୍ଲୀ ଥାନାଧିକାରୀ ଏବଂ ଭୁବନେଶ୍ୱର ବିଭିନ୍ନ ଅଂଚଳର ଥାନାଧିକାରୀ ମାନଙ୍କ ସହ ଏକ ବଡ ପୋଲିସ ପ୍ଲାଟୁନ ଉପସ୍ଥିତ ଥାଇ ମଧ୍ୟ ନିରବଦଷ୍ଟ୍ରା ସାଜି ବିଜେଡିର ଗୁଣ୍ଡା ମାନଙ୍କୁ ହିଂସା ଘଟାଇବାକୁ ପ୍ରଶୟ ଦେଉଥିଲେ । ସେମାନଙ୍କୁ କାହିଁକି ପୋଲିସ ସେତେବେଳେ ଅଟକାଇଲା ନାହିଁ କି ଏବେ ସୁଧା ଗିରଫ କରିନାହାନ୍ତି ବୋଲି ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ମଧ୍ୟ ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପ୍ରଦୀପ କୁମାର ଧଳ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts