ଜୟପୁର ବିଜେଡି ପ୍ରାର୍ଥୀ ରବିନ୍ଦଙ୍କୁ ଗିରଫ ଦାବି କଲା ବିଜେପି, ଜାରିକଲା ବୁଥ ରିଗିଂର ଭିଡିଓ

Published By : Prameya-News7 Bureau | April 13, 2019 IST

ଜୟପୁର୧୩|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଜୟପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥରେ ବୁଥରେ ରିଗିଂ  ହୋଇଥିବା ଅଭିଯୋଗ ଆଣିଲା ବିଜେପି।ବୁଥ ରିଗିଂକୁ ନେଇ ଜୟପୁର ବିଧାନ ସଭା ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଏକ ଭିଡିଓ ଜାରି କରିବା ସହ ବୁଥ ରିଗିଂ ପଛରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କୁ ଦାୟୀ କରିଛନ୍ତି।ବୁଥ ରିଗିଂ ପଛରେ ତାଙ୍କର ସିଧା ସଳଖ ହାତ ଥିବାରୁ ଜୟପୁର ନିର୍ବାଚନ ମଣ୍ଡଳୀରେ ସାନି ମତଦାନ କରିବା ସହ ରବି ନନ୍ଦଙ୍କୁ ଗିରଫ କରିବାକୁ ଦାବୀ କରିଛି ବିଜେପି।ଏ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କହିଥିବା ବେଳେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରବି ନନ୍ଦ।

{"id":103096}

ପରାଜୟ ଭୟରେ ବୁଥ ରିଗିଂ କରି ଜିତିବାକୁ ବିଜେଡି ଓ କଂଗ୍ରେସ ପ୍ରୟାସ କରିଥିବା ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ।ବୁଥ ରିଗିଂର ଏକ ଭିଡିଓ କ୍ଳିପ ସେ ଗଣ ମାଧ୍ୟମକୁ ଜାରି କରିବା ସହ ବୁଥ ରିଗିଂ କରିଥିବା ମାଷ୍ଟର ମାଇଣ୍ଡର  ରବି ନନ୍ଦଙ୍କ ସଂପର୍କ ଥିବା ଏକ ଫଟୋ ବି ଦେଖାଇଛନ୍ତି।ତେଣୁ  ଏହି ବୁଥ ରିଗିଂ ରବି ନନ୍ଦଙ୍କ ପ୍ରରୋଚନାରେ କରାଯାଇଥିବାରୁ ସିଧା ସଳଖ ତାଙ୍କର ଏଥିରେ ହାତ ଥିବା ଅଭିଯୋଗ କରିଛି ବିଜେପି।ଏ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ବିଜେପି କହିଥିବା ବେଳେ ରବି ନନ୍ଦଙ୍କ ତୁରନ୍ତ ଗିରଫ ଦାବୀ କରିଛି।ଗତ ୧୧ ତାରିଖ ଦିନ ଜୟପୁର ନିକଟସ୍ଥ ମୁଖି ଖୁଡପି ବୁଥରେ ୮ରୁ ୧୦ ଜଣ ଯୁବକ ପଶି ଜୋର ଜବରଦସ୍ତ ବିଜେଡି ସପକ୍ଷରେ ଭୋଟ ଦେବାକୁ ଧମକ ଚମକ ଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ କିଛି ଲୋକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।ପୋଲିସ ୬ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଥିବା ବେଳେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଯାଏଁ କାବୁ କରି ପାରିନାହିଁ।

{"id":103097}

ସେପଟେ ସମସ୍ତ ଘଟଣାକୁ ଅସ୍ବୀକାର କରିଛନ୍ତ ବିଜେଡି ପ୍ରାର୍ଥୀ ରବି ନନ୍ଦ। ଜଣେ ପ୍ରାର୍ଥୀ ଭାବରେ ଭୋଟରଙ୍କୁ ଅପିଲ କରିବା ଅଧିକାର ତାଙ୍କର ରହିଛି ବୋଲି ସେ କହିଥିବା ବେଳେ ଯେଉଁ ମାନେ ବୁଥ ରିଗିଂ ଯଦି କରୁଥିଲେ ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି।ତେବେ ନିଜେ ଗୌତମ ହାରିବା ଭୟରେ ଏପରି ମିଥ୍ୟା ଆରୋପ ଲଗାଉଥିବା କହିଛନ୍ତି ରବି ନନ୍ଦ।ଏପରିକି ଗୌତମଙ୍କୁ ଜଣେ ଅପରାଧୀ ବୋଲି କହି ଓଲଟା କାଠଗଡାରେ ଠିଆ କରିବାକୁ ଉଦ୍ୟମ କରିଛନ୍ତି ସେ।

{"id":103098}

ନିର୍ବାଚନ ସରିଲା ସିନା ହେଲେ ସରୁନି ଆରୋପ ପ୍ରତ୍ୟାରୋପ।ତେବେ ଆଜି ବୁଥ ରିଗିଂକୁ ନେଇ ବିଜେପି ଅଭିଯୋଗ କରିଥିବା ବେଳେ ଖୁବ ଶିଘ୍ର କଂଗ୍ରେସ ବି ଏ ସଂପର୍କରେ ନିର୍ବାଚନ କମିଶନକୁ ଭେଟିବ ବୋଲି ଶୁଣିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.