Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିଜୁ ବାବୁ ସିନେମାକୁ ସମସ୍ତ ସିନେମା ହଲରୁ ହଟାଯାଉ : ବିଜେପି

9/04/2019 at 8:24 PM

ଭୁବନେଶ୍ୱର ୦୯/୦୪: ବିଜୁବାବୁଙ୍କ ଉପରେ ଆଧାରିତ ବିଜୁବାବୁ ସିନେମା ଭୋଟର ମାନଙ୍କୁ ପ୍ରଭାବିତ କରୁଛି । ଏହି ସିନେମା ମାର୍ଚ୍ଚ ୧ ତାରିଖରୁ ରିଲିଜ ହୋଇଥିବା ବେଳେ ଏହି ସିନେମାର ମୁଖ୍ୟ ନାୟକ ଭାବେ ଅନୁଭବ ମହାନ୍ତି ଅଭିନୟ କରିଛନ୍ତି । ଅନ୍ୟପଟେ କେନ୍ଦ୍ରପଡା ଲୋକସଭା ମଣ୍ଡଳୀ ପାଇଁ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରାଇଛି । ଚଳଚ୍ଚିତ୍ରର ନାଁ ବିଜୁ ବାବୁ ଏବଂ ଦଳ ର ନାଁ ବିଜୁ ଜନତା ଦଳ ଏଥି ସହ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସିନେମା ମାଧ୍ୟମରେ ବିଜେଡି ପ୍ରାର୍ଥୀ ଅଭିନୟ କରି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜୁ ବାବୁ ସିନେମାକୁ ସମସ୍ତ ସିନେମା ହଲରୁ ହଟାଯାଉ ବୋଲି ଦାବି କରିଛି ।


ବିଜୁ ବାବୁ ସିନେମା ମାଧ୍ୟମରେ ଭୋଟ ହାତେଇବାକୁ ପ୍ରୟାସ କରିଛି ବିଜେଡି । ବିଜୁ ପଟ୍ଟନାୟକ ଓଡିଶା ଲୋକଙ୍କ ପ୍ରିୟ ନେତା ଥିଲେ । ଏବେ ତାଙ୍କ ନାଁ ରେ ଏହି ସିନେମା ହୋଇଥିବାରୁ ସାଧାରଣ ନିରୀହ ଲୋକମାନେ ଏଥିରେ ପ୍ରଭାବତି ହେଉଛନ୍ତି । ଏହା କେବଳ ସିନେମା ନୁହେଁ ବରଂ ଏହାଦ୍ୱାରା ବିଜୁ ନାଁ ରେ ବିଜେଡି ନିର୍ବାଚନ ପ୍ରଚାର କରୁଛି । ଏହା ସଂପୂର୍ଣ୍ଣରୂପେ ବେଆଇନ ଏବଂ ଭାରତୀୟ ଦଣ୍ଡ ବିଧାନ ଧାରା ୧୭୧(ମ ) ଏବଂ ୧୭୧(ଲ ) ଅନୁଯାୟୀ ଆଇନତଃ ଅପରାଧ । ଏହି ସିନେମାଟି ବେନିୟମ ଏବଂ ବିଜେଡିର ପ୍ରପୋଗଣ୍ଡାରେ ରିଲିଜ ହୋଇ ସମଗ୍ର ଓଡିଶାର ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ପ୍ରତିନିଧୀ ଦଳ ଦାବି କରିଛି ।


ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ଏବଂ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।

   Related Posts