Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିପିଲି ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୨୨/୪ : ପିପିଲିରେ ଫ୍ଲାଇଂ ସ୍କାର୍ଡ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ଓ କଂଗ୍ରେସ | ମାଜିଷ୍ଟ୍ରେଟଙ୍କୁ ନିଜେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି | ଏକଥା ମାଜିଷ୍ଟ୍ରେଟ ତାଙ୍କ ମନ୍ତବ୍ୟରେ କହିଛନ୍ତି | ତେଣୁ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ବିଜେପି | ତୁରନ୍ତ ଗିରଫ କରାନଗଲେ ଶ୍ରୀମନ୍ଦିର ସମ୍ମୁଖରେ ବିଜେପି ଧାରଣା ଦେବା ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି | ଧାରଣାରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବସିବେ | ସମ୍ବିତ ପାତ୍ରଙ୍କ ସହ ବିଜେପି ସଭାପତି ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି ପ୍ରମୁଖ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି |

ସମାନ ଢଂଗରେ ଏହି ଘଟଣାରେ କଂଗ୍ରେସ ମଧ୍ୟ ପ୍ରଦୀପ ମହାରଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏଥି ସହ ଘଷିପୁରାରେ ଅଧିକ ଫୋର୍ସ ମୁତୟନ ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି । ଶିବାନନ୍ଦ ରାୟଙ୍କ ନେତୃତରେ ୧୫ଜଣିଆ କଂଗ୍ରେସ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲା । ଗତକାଲି ଘଷିପୁରାରେ ନିରଂଜନ ଓ ବଦ୍ରୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଏଥିରେ ୧୫ରୁ ଅଧିକ ଗାଡି ଭଙ୍ଗାରୁଜା ହୋଇଥିବାବେଳେ ୬ଜଣ ାହତ ହୋଇଥିଲେ । ୮ଜଣଙ୍କୁ ପୋଲିସ ଗିରଫ କରିଛି । କଂଗ୍ରେସ କର୍ମୀଙ୍କ ଗିରଫ ଦାବୀରେ କଂଗ୍ରେସ ଆନନ୍ଦପୁର ଏସଡିପିଓ କାର୍ଯ୍ୟାଳୟ ଘେରାଉ କରିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ପିପିଲିରେ ମାଜିଷ୍ଟ୍ରେଟ ପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ମାଜିଷ୍ଟ୍ରେଟଙ୍କ ସହ ୨ ପୋଲିସ ଅଫିସର ଓ ଭିଡିଓଗ୍ରାଫର ଆହତ ହୋଇଛନ୍ତି | ଭୋଜି ଓ ଟଙ୍କା ବଣ୍ଟା ଚାଲିଥିବା ବେଳେ ଖବର ପାଇ ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଚଢାଉ କରିଥିଲା | ଚଢ଼ାଉ ବେଳେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମର୍ଥକ ଏମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚାଲିଥିଲା ଭୋଜି |

421 Views

   ସମ୍ବନ୍ଧିତ ଖବର