ଟିଟୋ ଅପରାଧ ସାମ୍ରାଜ୍ୟର ତଦନ୍ତ ସିବିଆଇକୁ ଦେବା ପାଇଁ ଦାବି କଲା ବିଜେପି

Published By : Prameya-News7 Bureau | August 10, 2018 IST

ଭୁବନେଶ୍ୱର ୧୦/୮ : ଟିଟୋର ୧୦ ହଜାର କୋଟିର ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ସିବିଆଇ ଏବଂ ଏନଆଇଏ ଦ୍ୱାରା ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି | ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ଟିଟୋ ସହ ବିଜେଡ଼ି ନେତାଙ୍କ ସମ୍ପର୍କ ଚପାଇଦେବା ପାଇଁ ଉଦ୍ୟମ ହେଉଛି | ଟିଟୋ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ର ମୁଖ୍ୟଙ୍କ ନିରପେକ୍ଷତା ନେଇ ମଧ୍ୟ ବିଜେପି ସନ୍ଦେହ ପ୍ରକାଶ କରିଛନ୍ତି | ଟିଟୋ-ବିଜେଡି ଲିଙ୍କକୁ ରଫା ଦଫା କରିବା ପାଇଁ ଏହି ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ଲେଖାଶ୍ରୀ କହିଛନ୍ତି | ସେ କହିଛନ୍ତି ଯେ, ଅତୀତରେ ଏହି ଅଧିକାରୀ ପ୍ରବର୍ତ୍ତନ ନିର୍ଦେଶାଳୟ ଦାୟିତ୍ୱରେ ଥିବାବେଳେ ତାଙ୍କ ସାଧୁତା ନେଇ ପ୍ରଶ୍ନ ଉଠିଥିଲା | ନ୍ୟାସନାଲ ହିରାଲ୍ଡ ମାମଲାରେ ଗାନ୍ଧୀ ପରିବାରକୁ ସହଯୋଗ ଭଳି ସଂଗୀନ ଅଭିଯୋଗ ତାଙ୍କ ତାଙ୍କ ବିରୋଧରେ ଉଠିଲା | ଫଳରେ ତାଙ୍କ କାର୍ଯ୍ୟକାଳ ନପୂରୁଣୁ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ | ଏବେ ପୁଣି ତାଙ୍କୁ ଏସଟିଏଫ ଭଳି ଗୁରୁତ୍ୱ ଦାୟିତ୍ୱ ପ୍ରଦାନ କରିବା ପଛରେ ଟିଟୋ ଲିଙ୍କକୁ ଚପାଇଦେବା ଉଦ୍ଦେଶ୍ୟ ରହିଛି | ଏସଟିଏଫ ମୁଖ୍ୟଙ୍କ ପତ୍ନୀଙ୍କ ସମ୍ପର୍କରେ ମଧ୍ୟ ବିଜେପି ଟିପ୍ପଣୀ କରିଛି | ଏସଟିଏଫ ମୁଖ୍ୟଙ୍କ ପତ୍ନୀ ନୂଆପଡା ଜିଲ୍ଲାପାଳ ଥିବାବେଳେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ସିଏଜି ସୂଚନା ଦେଇଥିଲେ ବୋଲି ବିଜେପି କହିଛି | ଉଭୟ ପାଟି ପତ୍ନୀଙ୍କୁ ଲେଖାଶ୍ରୀ ବଣ୍ଟି ଆଉ ବବଲୀ ବୋଲି କହି କଟାକ୍ଷ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.