ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜନୀତି : ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କଲା ବିଜେପି

Published By : Prameya-News7 Bureau | November 02, 2019 IST

ଭୁବନେଶ୍ବର ୨।୧୧: ଯାଜପୁର ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି । ତଦନ୍ତକୁ ଭୁଲ ବାଟକୁ ନେବା ଅଭିଯୋଗରେ ଯାଜପୁର ଏସପିଙ୍କୁ ବରଖାସ୍ତ କରାଯାଉ ଏବଂ ମହିଳା କମିଶନଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି । ବିଧାନସଭା ଆରମ୍ଭ ହେବ ପୂର୍ବରୁ ସ୍ମିତାରଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାକୁ  ସିବିଆଇ ହସ୍ତାନ୍ତର କରାଯାଉ ନହେଲେ ବିଧାନସଭାକୁ ଅଚଳ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।

ଗତ ୨୭ ମାର୍ଚ୍ଚ ୨୦୧୮ରେ ରଙ୍ଗଶାଳା ଭଙ୍ଗାଯାଇଥିବା ଜିଲ୍ଲାପାଳଙ୍କୁ ତହସିଲଦାର ରିପୋର୍ଟ ଦେଇଥିଲେ । ଉଚ୍ଛେଦ ପରେ ମଧ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ ରହିବା ପଛରେ ହାତ କାହାର ରହିଛି ପ୍ରଶ୍ନ କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.