ମମିତାଙ୍କ ମେହେର ହତ୍ୟା ଘଟଣା : ମମିତାଙ୍କ ପରିବାରକୁ ଭେଟିଲା ରାଜ୍ୟ ସ୍ତରୀୟ ବିଜେପି ଟିମ୍

Published By : Prameya-News7 Bureau | October 26, 2021 IST

କଣ୍ଟାବାଞ୍ଜି ୨୬।୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ରାଜନୀତି ହୁଲସ୍ତୁଲ । ବିରୋଧୀ ବିଜେଡିକୁ ଟାର୍ଗେଟ୍ କରି ଆନ୍ଦୋଳନ କରୁଛି । ମଙ୍ଗଳବାର ବିଜେପିର ରାଜ୍ୟସ୍ତରୀୟ ଟିମ୍ ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଥିଲେ ।

{"id":533356,"width":753,"height":414,"sizeSlug":"full","linkDestination":"none"}

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ମୋଟର ସାଇକେଲ ଶୋଭାଯାତ୍ରାରେ ମମିତାଙ୍କ ଘରକୁ ପହଞ୍ଚିଥିଲେ ।  ପ୍ରାୟ ୧୦ଟା ସମୟରେ ପହଞ୍ଚିଥିବା ବେଳେ ଅଧଘଣ୍ଟା ସମୟ ମମିତାଙ୍କ ବାପା, ମା ଓ ଭାଇଙ୍କ ସହ ଆଲୋଚନା କରିଥିଲେ । ପରିବାରକୁ ସମବେଦନା ଦେବା ସହ ଏହି ମାମଲାର ଯେମିତି ନିରପେକ୍ଷ ତଦନ୍ତ ହେବ ସେ ନେଇ ଦାବି କରିଥିଲେ ।

{"id":533357,"width":754,"height":415,"sizeSlug":"full","linkDestination":"none"}

ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଏଥିରେ ଜଡିତ ଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂଦେଓ, ପୂର୍ବତନ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ସାଂସଦ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ସହ ୧୫ଜଣିଆ ଟିମ୍ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.