Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କଲା ବିଜେପି: ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି, ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କ ପୁଅ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

11/10/2020 at 7:11 PM

ବାଲେଶ୍ବର ୧୧/୧୦ : ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହେଲା । ବାଲେଶ୍ବର ଓ ତିର୍ତ୍ତୋଲ ଲାଗି ବିଜେପି ଆଜି ଆଗୁଆ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦରରୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାଁରେ ମୋହର ମାରିଛି ଦଳ । ସେହିପରି କଂଗ୍ରେସ ଛାଡି ବିଜେପିରେ ମିଶିଥିବା  ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରିଛି ବିଜେପି । ସେପଟେ କଂଗ୍ରେସ ଓ ବିଜେପି ଆସନ୍ତା କାଲି ସୁଦ୍ଧା ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ।

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ । ଆଗୁଆ ପ୍ରାର୍ଥୀ ଘୋଷଣା କଲା ବିଜେପି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଦଳ ପ୍ରାର୍ଥୀ ନାଁରେ ମୋହର ମାରିଛି । ବାଲେଶ୍ବର ସଦରରୁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାଁରେ ମୋହର ମାରିଛି ଦଳ । ଆଉ ଏ ହେଉଛି ପ୍ରାର୍ଥୀ ଘୋଷଣା ପରେ ବାଲେଶ୍ବର ଓ ତିର୍ତ୍ତୋଲର ଦୃଶ୍ୟ । ବାଲେଶ୍ବର ସଦର ବିଧାନସଭା ଆସନ ବିଜେପି ହାତରେ ଥିଲା । ମାନସଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇବାକୁ ବିଜେପି ରଣନୀତି କରିଛି ।

ଏହା ସହ ମଦନ ମୋହନ ଦତ୍ତଙ୍କ ସଂଗଠନକୁ ନେଇ ତାଙ୍କ ପୁଅ ଆଗକୁ ବଢିବେ ଓ ଦଳ ପାଇଁ ଏହା ଗଡ ରକ୍ଷା କରିବାରେ ସହଜ ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା  ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ଲଢିବାକୁ ମଇଦାନକୁ ଛାଡିଛି ଦଳ । ୨୦୦୯ ଓ ୨୦୧୪ରେ ରାଜକିଶୋର କଂଗ୍ରେସରୁ ଲଢିଥିଲେ । ବିଜେପି ସଙ୍ଗଠନ ଓ ନିଜ ସଙ୍ଗଠନକୁ ମିଶାଇ ନିର୍ବାଚନ ମଣ୍ଡଳୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ରାଜକିଶରୋ ।

ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରା୍ଥୀ ଚୁଡାନ୍ତ କରିବାକୁ ରଣନୀତି ଚଳାଇଛନ୍ତି । ବିଜେଡି ଆଜି ବାଲେଶ୍ବରରେ  ମିଶ୍ରଣ ପର୍ବ କରି ଦଳର ବଳ ବଢାଇବାରେ ଲାଗିଛି । ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ପ୍ରାର୍ଥୀଙ୍କ ନାଁରେ ଚୁଡାନ୍ତ ମୋହର ମାରିବେ । ତିର୍ତ୍ତୋଲରୁ ବିଷ୍ଣୁଦାସଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ଚର୍ଚ୍ଚା ଚାଲିଛି ।

ସେହିପରି ବାଲେଶ୍ବବରୁ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିବା ଉପରେ ବିଜେଡି ଯୋର ଦେଉଥିବା କୁହାଯାଉଛି । ସେପଟେ କଂଗ୍ରେସ ତିର୍ତ୍ତୋଲରୁ ନୂଆ ମୁହଁ ଭାବେ  ଯୁବ ଇଂଜିନିୟର ହିମାଂଶୁ ମଲ୍ଲିକଙ୍କୁ ପ୍ରାର୍ଥୀ କରିବାକୁ ଏକ ପ୍ରକାର ସ୍ଥିର କରିଥିବା ବେଳେ ବାଲେଶ୍ବରରୁ ନୂଆ ମୁହଁ  ଭାବେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ମଇଦାନକୁ  ଛାଡିବାକୁ କଂଗ୍ରେସ ଯୋଜନା କରିଛି । କାଲି ସୁଦ୍ଧା ଦଳ ଡୁଡାନ୍ତ ନାଁ ଘୋଷଣା କରିବ ।

ତିନି ଦଳ ପ୍ରାର୍ଥୀ ଘୋଷଣା ଓ ନାମାଙ୍କନ ପରେ ବାଲେଶ୍ବରେ ଓ ତିର୍ତ୍ତୋଲରେ ପ୍ରଚାର ଯୋର ଧରିବ ପ୍ରଚାର ଆଉ ଜିନ୍ଦାବାଦ ପ୍ରତିଶୃତିରେ ଧ୍ବନିରେ କମ୍ପିବ ଗାଁରୁ ସହର ।

   Related Posts