Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭଦ୍ରକ ଲୋକସଭାକୁ ଛାଡି ଜିଲ୍ଲାର ସବୁ ବିଧାନସଭା ଆସନ ପାଇଁ ବିଜେପି କରିସାରିଛି ପ୍ରାର୍ଥୀ ଘୋଷଣା, କଂଗ୍ରେସ ଓ ବିଜେଡିର ଛିଣ୍ଡୁନି ଅଙ୍କ

26/03/2019 at 4:49 PM

ଭଦ୍ରକ ୨୬|୩ (ସର୍ବେଶ୍ବର ନାଥ): ଭଦ୍ରକ ଜିଲ୍ଲାର ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି ବିଜେପି । ତେବେ ସାଂସଦ ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରି ନାହିଁ । ସେହିପରି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଏଯାଏଁ କୋଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଉଭୟ ଦଳର ଅନେକ ଆଶାୟୀ ଏବେ ଟିକେଟ ନେଇ  ଆଶା ଆଶଙ୍କାରେ । 

ପ୍ରାର୍ଥୀଙ୍କ ନାଁ ଘୋଷଣାରେ ଆଗରେ ବିଜେପି । ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ନାଁ ଘୋଷଣା ସରିଛି । ବାସୁଦେବପୁରରୁ ମାଧବାନନ୍ଦ ମଲ୍ଲିକ ଏଥର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଭଦ୍ରକରୁ ଡାକ୍ତର ପ୍ରଦୀପ ନାୟକ ଏଥର ଠିଆ ହୋଇଛନ୍ତି ।

ଚାନ୍ଦବାଲିରୁ ମନମୋହନ ସାମଲ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ଧାମନଗରରୁ ବିଷ୍ଣୁ ସେଠୀ ଲଢ଼ିବେ । ଭଣ୍ଡାରୀ ପୋଖରୀରୁ ବଦ୍ରି ଧଳ ପ୍ରାର୍ଥୀ ହୋଇଛନ୍ତି । ଦଳୀୟ ଟିକେଟ ପାଇବା ପରେ ନେତା ଓ କର୍ମୀ ବେଶ୍ ଖୁସି । ସମସ୍ତ ପ୍ରାର୍ଥୀ ନିଜର ଜିତିପାଟ ନେଇ ଢେର ଆଶାବାଦୀ ।

ବେ । ଭଣ୍ଡାରୀ ପୋଖରୀରୁ ବଦ୍ରି ଧଳ ପ୍ରାର୍ଥୀ ହୋଇଛନ୍ତି । ଦଳୀୟ ଟିକେଟ ପାଇବା ପରେ ନେତା ଓ କର୍ମୀ ବେଶ୍ ଖୁସି । ସମସ୍ତ ପ୍ରାର୍ଥୀ ନିଜର ଜିତିପାଟ ନେଇ ଢେର ଆଶାବାଦୀ ।

ବିଧାନସଭା ଆସନ ପାଇଁ ସିନା ନାଁ ଘୋଷଣା ସରିଛି । ହେଲେ ଭଦ୍ରକ ଲୋକସଭା ଆସନରୁ କିଏ ହେବେ ବିଜେପିର ମୁହଁ ? ସେପଟେ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଭଦ୍ରକ ଜିଲ୍ଲାର ବିଧାନସଭା କି ଲୋକସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ବିଜେଡି ଓ କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ପୁରା ଖାଁ ଖାଁ ଲାଗୁଛି । ଟିକେଟ ପାଇଁ ନେତାଏ ଏବେ ରାଜଧାନୀରେ ଡେରା ପକାଇଛନ୍ତି । ଲବି ଚାଲିଛି ଟିକେଟ୍ ହାତେଇବାକୁ ।

ବିଜେପି ତ ଟିକେଟ୍ ବାଣ୍ଟିବାରେ ଆଗରେ ଅଛି । ତେବେ ଜନମତ କାହା ସପକ୍ଷରେ ଏଠି ଯିବ ତାକୁ ଅପେକ୍ଷା  ।

   Related Posts