୪ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

Published By : Prameya-News7 Bureau | April 03, 2019 IST

ବିଜେପି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାଲେଶ୍ୱର ଜିଲ୍ଲା ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇ ଦିନ ତଳେ ରଘୁନାଥ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ମୁରଲି ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ମହେଶ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଟକ ଜିଲ୍ଲା ନିଆଳୀରୁ ଛବି ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.