ଭଦ୍ରକ, ୨୫।୧୦: ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀଙ୍କୁ ଗିରଫ ଦାବିରେ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ବିଜେପି ମମିତା ମେହେରଙ୍କ ହତ୍ୟା ଘଟଣା ପରଠାରୁ ପ୍ରତିବାଦ କରି ଆସୁଛି ।ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଦାବି କରିଛି ବିଜେପି । ଏପରି ଘଟଣା ପରେ ମଧ୍ୟ ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।
ମନ୍ତ୍ରୀଙ୍କ ପାଇଁ ତଦନ୍ତ ପ୍ରଭାବିତ ହେବା ନେଇ ବିଜେପି ଦାବି କରିଛି । ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ଗିରଫ କରାଯିବା ଦାବି ନେଇ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୩୦ ତାରିଖରେ ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ବନ୍ଦ କରିବ ଜିଲ୍ଲା ବିଜେପି । ଏନେଇ ବିଜେପି ଜିଲ୍ଲା ସଭାପତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ପାଳନ ହେବ । ସ୍କୁଲ, କଲେଜ, ସରକାରୀ ଅଫିସ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ।