ଶ୍ରମଜୀବିଙ୍କ ପାଇଁ ସ୍ବର ଉଠାଇଲେ କଂଗ୍ରେସ-ବିଜେପି: ରୋଜଗାର ମିଳୁନଥିବା ଅଭିଯୋଗ ଉପରେ ବିଜେଡିର ଜବାବ

Published By : Prameya-News7 Bureau | July 04, 2020 IST

ଭୁବନେଶ୍ବର୪/୭: ରାଜ୍ୟରେ କୋଭିଡ-୧୯ ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଏହାର ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏମିତିକି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେରେ କାମ ଦେବାରେ ବିଫଳ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ଦାଦନ ଶ୍ରମିକ ପ୍ରବଣ ୪ଟି ଜିଲ୍ଲାର ୨୦ ବ୍ଳକରେ ଦାଦନ ଶ୍ରମିକଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ପ୍ରବାସୀ ଦାଦନ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୌଣସି ବ୍ୟବସ୍ଥା ନାହିଁ । ପ୍ରବାସୀ ଦାଦନ ଶ୍ରମିକମାନେ ମେ’ ମାସରୁ ଫେରି କ୍ବାରେଣ୍ଟାଇନ୍‌ରେ ରହି ଦୁଇ ହଜାର ଟଙ୍କା ପାଇଥିଲେ ମଧ୍ୟ ମନରେଗା କାମ ପାଉ ନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି ।

ସେପଟେ ବିଜେପି କହିଛି ଯେ, ପ୍ରବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି । ସେମାନଙ୍କୁ କ୍ବରେଣ୍ଟାଇନ୍ ଅର୍ଥ ମିଳୁ ନାହିଁ। ଏହାସହ କ୍ବାରେଣ୍ଟାଇନ୍‌ ପରେ ସରକାର କାମ ଯୋଗାଇ ଦେବାରେ ସଫଳ ହୋଇ ନାହାନ୍ତି । ସରକାର ତୁରନ୍ତ ସେମାନଙ୍କୁ କାମ ଦେବାକୁ ଦାବି କରିଛି ବିଜେପି । ଏହା ସହ ସଂକ୍ରମଣ ବଢି ଚାଲିଥିବାରୁ ଟେଷ୍ଟି ବଢାଇବାକୁ ଦାବି କରିଛନ୍ତି ବିରୋଧୀ ଦଳ ।

ସେପଟେ ଜବାବରେ ବିଜେଡି କହିଛି ଯେ, ମନରେଗାରେ ସରକାର ୧୦ କୋଟି ଶ୍ରମ ଦିବସ ସୃଷ୍ଟି କରିଛନ୍ତି । ୧ ଲକ୍ଷ ୬୮ ହଜାର ପରିବାରକୁ ଶହେ ଦିନରୁ ଅଧିକ କାମ ଦିଆଯାଇଛି । ଏ ବର୍ଷ ସରକାର ୨୦ କୋଟି ଶ୍ରମ ଦିବସ ସୃଷ୍ଟି ଲକ୍ଷ ରଖିଥିବାବେଲେ ପ୍ରବାସୀଙ୍କୁ କାମ ଦେବାକୁ ବିଭିନ୍ନ ବିଭାଗ ସହ  ଯୋଗାଯୋଗ କରି ପଦକ୍ଷେପ ନେଉଛନ୍ତି । ସେହିପରି ଆଇସିଏମଆର ଗାଇଡ ଲାଇନ୍ ଅନୁସାରେ କୋଭିଡ ପରୀକ୍ଷଣ ହେଉଥିବା ବିଜେଡି ଜବାବ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.