Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଦିଲ୍ଲୀ ହିଂସାକୁ ନେଇ ବିଜେପି କହିଲା-‘କୃଷକ ଲାଲ କିଲ୍ଲାକୁ ଅପବିତ୍ର କରିଛନ୍ତି’: କଂଗ୍ରେସ ମନେପକାଇଲା ଦୁର୍ଯ୍ୟୋଧନର ଅହଂକାର

27/01/2021 at 1:44 PM

ନୂଆଦିଲ୍ଲୀ ୨୭/୦୧ : ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲ କିଲ୍ଲାରେ ହୋଇଥିବା ହିଂସା ଘଟଣା ଉପରେ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶାହାନବାଜ ହୁସେନ କହିଛନ୍ତି ଯେ, ଗଣତନ୍ତ୍ର ଦିବସ ଅବସରରେ କୃଷକ ଲାଲ କିଲ୍ଲାକୁ ଅପବିତ୍ର କରିଛନ୍ତି। ଅପରପକ୍ଷରେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସିଂହ ସୁରଜେୱାଲା ‘ଦୁର୍ଯ୍ୟଧାନ’ଙ୍କ କଥା କହି ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ବିଜେପି ନେତା ଶାହାନବାଜ ହୁସେନ କହିଛନ୍ତି, “ଯାହା ଆଶଙ୍କା ଥିଲା ତାହା ହିଁ ହେଲା। କୃଷକ ସଂଗଠନ ବଡ ବଡ କଥା କହୁଥିଲେ ଯେ ଅନୁଶାସନ ପାଳନ କରିବେ। ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବେ କହିଥିଲେ। ଏହା ଉତ୍ସବ ଥିଲା ନା ଗଣତନ୍ତ୍ର ଦିବସରେ ଭାରତ ଉପରେ ହମଲା ? ଏମାନେ ଲାଲ କିଲ୍ଲାକୁ ଅପବିତ୍ର କରିଛନ୍ତି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। କୃଷକ ସଂଗଠନ ନେତା ଏମାନଙ୍କୁ ଉସୁକାଇବା କାମ କରିଛନ୍ତି। ଏବେ ହିଂସା ଘଟଣା ପରେ ନାନା ଜ୍ଞାନ ବାଣ୍ଟୁଛନ୍ତି।”

କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜେୱାଲା ମହାଭାରତ ପ୍ରସଙ୍ଗ ଉଠାଇ କହିଛନ୍ତି, “ମହାତ୍ମା ବିଦୁରଙ୍କ ଭଳି ମନ୍ତ୍ରୀ, କୃପାଚାର୍ଯ୍ୟଙ୍କ ଭଳି ରାଜଗୁରୁ, ଦ୍ରୋଣାଚାର୍ଯ୍ୟଙ୍କ ଭଳି ମହାରଥୀ ଓ ଭୀଷ୍ମଙ୍କ ଭଳି ମାର୍ଗଦର୍ଶକ ଥାଇ ମଧ୍ୟ ହସ୍ତୀନାପୁରର ସର୍ବନାଶ କିଭଳି ହୋଇଥିଲା ? କାରଣ ଦୁର୍ଯ୍ୟୋଧନର ଅହଂକାର ସାମ୍ନାରେ ସେମାନେ ସମସ୍ତେ ମୌନ ରହିଥିଲେ ଓ ମୌନ ରହିବାର ମୂଲ୍ୟ ସମସ୍ତଙ୍କୁ ଦେବାକୁ ପଡିଥିଲା।”

ଗୁଜରାଟରେ କଂଗ୍ରେସ ନେତା ହାର୍ଦିକ ପଟେଲ କହିଛନ୍ତି, ବିଜେପି କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଯେକୌଣସି ସୀମା ପାର କରିପାରେ। ଗଣତନ୍ତ୍ର ପରେଡ ଶେଷ ହେଉ ହେଉ ଲାଲ କିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତା ଦଙ୍ଗା କରିଥିଲେ ଓ କୃଷକଙ୍କୁ ବଦନାମ କରିଥିଲେ। ନିଜ ଫାଇଦା ପାଇଁ ବିଜେପି ଯେକୌଣସି ବ୍ୟକ୍ତି, ସମାଜ, ଦଳ ଓ ଆନ୍ଦୋଳନକୁ ବଦନାମ କରିବାକୁ ଯେକୌଣସି ସୀମା ଯାଏଁ ଯାଇପାରେ।”

ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଯାହାସବୁ ଘଟିଲା ସେସବୁ ହେବାର ନଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେବା ଉଚିତ। ଏହାଛଡା କେନ୍ଦ୍ର ସରକାରଙ୍କୁ ସେ ଅପିଲ କରିଛନ୍ତି ଯେ ୩ଟି କୃଷି ଆଇନକୁ ତୁରନ୍ତ ରଦ୍ଦ କରି କୃଷକ ଆନ୍ଦୋଳନ ଶେଷ କରନ୍ତୁ ଯେପରି ଆଗକୁ ଏହିଭଳି ଅଘଟଣ ନ ଘଟୁ।”

ସମାଜବାଦୀ ପାର୍ଟି ଅଖିଲେଶ ଯାଦବ କହିଛନ୍ତି, “କେନ୍ଦ୍ର ସରକାର ଯେଉଁଭଳି କୃଷକଙ୍କୁ ନିରନ୍ତର ଉପେକ୍ଷିତ, ଅପମାନିତ ଓ ଆରୋପିତ କରିଛନ୍ତି ସେଥିପାଇଁ କୃଷକଙ୍କ ରାଗ ଆକ୍ରୋଶରେ ପରିଣତ ହୋଇ ଏହିଭଳି ହିଂସାର କାରଣ ପାଲଟିଛି। ଏହି ସ୍ଥିତି ପାଇଁ ବିଜେପି ହିଁ ଦାୟୀ। ବିଜେପି ନିଜର ନୈତିକ ଦାୟିତ୍ୱ ଭାବି କୃଷି ଆଇନ ତୁରନ୍ତ ରଦ୍ଦ କରୁ।”

କଂଗ୍ରେସ ନେତା ରଵନିତ ସିଂହ କହିଛନ୍ତି,” ପନ୍ଧେର , ପନ୍ନୁ ଏବଂ ଦୀପ ସିଦ୍ଧୁଙ୍କୁ ଏଯାଏଁ ପଞ୍ଜାବ ଲୋକ ଚିହ୍ନଟ କରିଛନ୍ତି ଯେଉଁମାନେ ଏସବୁ କାରନାମା କରିଛନ୍ତି। ଏଥିପାଇଁ ଏମାନଙ୍କୁ ବହୁତ ବଡ ଫଣ୍ଡିଙ୍ଗ ବି ହୋଇଛି। ଏହିଭଳି ଲୋକଙ୍କୁ ସରକାର କାଳ କୋଠରୀରେ ଭର୍ତ୍ତି କରିଦେବା ଉଚିତ। ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସା ଘଟଣା ଅତ୍ୟନ୍ତ ଚିନ୍ତାଜନକ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଅହିଂସା ଓ ଶାନ୍ତିରେ ସବୁ ସମସ୍ୟାର ସମାଧାନ ହୋଇପାରିବ। କୃଷକ ଓ ଯବାନ ସର୍ବଦା ଦେଶକୁ ଗୌରବନବିତ କରିଛନ୍ତି। ଦେଶ ଓ କୃଷକଙ୍କ ହିତ ଦୃଷ୍ଟିରୁ କେନ୍ଦ୍ର ସରକାର ୩ କୃଷି ଆଇନ ତୁରନ୍ତ ରଦ୍ଦ କରନ୍ତୁ।”

   Related Posts