ଶିଶୁ ସୁରକ୍ଷା କାହା ଦାୟିତ୍ବ ? ପୋଲିସ ଏବଂ ପ୍ରଶାସନ ପାଇଁ ଚାଲେଞ୍ଜ ସାଜିଛି ଶିଶୁ ନିଖୋଜ ଘଟଣା: ବିଜେପି ଓ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪/୧୨ : ଜଣଙ୍କ ପରେ ଜଣେ ଶିଶୁ ନିଖୋଜ । ନିଖୋଜ ପରୀର ମୃତ ଦେହ ମିଳିଥିବା ବେଳେ ଏବେବି ସେହି ନୟାଗଡର ସ୍ବାତୀ ଏବଂ ଯାଜପୁରର ପିହୁର ପତ୍ତା ମିଳୁନି । ସେପଟେ ବାଲିଆପାଳର ୭ବର୍ଷର ଶିଶୁ କନ୍ୟାର ମୃତ ଦେହ ନିଖୋଜ ହେବାର ୩ଦିନ ପରେ ମିଳିଛି । ଶିଶୁ ନିଖୋଜ ଘଟଣା ପୋଲିସ ଏବଂ ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି । ଏଣେ ଏହି ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ଏବଂ କଂଗ୍ରେସ ।


ନୟାଗଡର ପରୀ ଓ ସ୍ବାତୀ, ଯାଜପୁରର ପିହୁ, ବାଲିଆପାଳର ନେଉଳି । ଶିଶୁଙ୍କ ସୁରକ୍ଷା କାହା ଦାୟିତ୍ବ। ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ନାରାବାଜି କରିବା ସହ କମିଶନଙ୍କ ଅଫିସ ପରିସରକୁ ଧସେଇ ପଶିଛନ୍ତି । ନୟାଗଡ଼ ପରୀକୁ ବଳି ଦିଆଯାଇଥିବା ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦେଇଥିବା ବୟାନକୁ ପ୍ରଶ୍ନ କରିଛି ବିଜେପି । ସେହିପରି କଂଗ୍ରେସର ଏକ ଟିମ ମଧ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି । ଏଥିସହିତ କଂଗ୍ରେସ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଫେରାଦ ହୋଇଛି ।

{"id":377402,"sizeSlug":"large","linkDestination":"none"}


ପରୀ , ପିହୁ ଏବଂ ସ୍ବାତୀ ନିଖୋଜ ଘଟଣା ଚର୍ଚ୍ଚାରେ ଥିବା ବେଳେ, ବାଲିଆପାଳ ଅଞ୍ଚଳରୁ ନିଖୋଜ ୭ ବର୍ଷର ଶିଶୁ କନ୍ୟା ନେଉଳିର ମୃତ ଦେହ ମିଳିଛି। ବାଲିଆପାଳ ଜମ୍ଭିରାଇ ଗାଁର ନେଉଳି ବା ଶିଶୁ ବିଷ୍ଣୁପ୍ରିୟା ଗତ ଶୁକ୍ରବାର ସକାଳୁ ନିଖୋଜ ହୋଇଯାଇଥିଲା । ଉଭୟ ପରିବାର ଥାନା ର ଦ୍ବାରସ୍ଥ ହୋଇଥିଲେ। ଗତକାଲି ନ୍ୟୁଜ ସେଭେନରେ ଏନେଇ ଖବର ପ୍ରସାରଣ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହୋଇଥିଲା। ଆଜି ସକାଳେ ନେଉଳିର ମୃତ ଦେହ ମିଳିଥିଲା । ପରକୀୟା ପ୍ରୀତିରୁ ନେଉଳିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ସଂପର୍କୀୟ ମାମୁକୁ ଅଟକ ରଖିଛି ପୋଲିସ।

{"id":377403,"sizeSlug":"large","linkDestination":"none"}


ଯାଜପୁର ବିଂଝାରପୁର ମଧୁସୂଦନପୁର ଗାଁରୁ ୫ମାସ ତଳେ ନିଖୋଜ ହୋଇଯାଇଛି ୨ ବର୍ଷର ଶିଶୁ କନ୍ୟା ପିହୁ । ଏତେ ଦିନ ପରେ ବି ପୋଲିସକୁ କୌଣସି ସୁରାଗ ମିଳିନି । କେବଳ ଯାହା ପିହୁର ବାପା ମାଆଙ୍କୁ କଂଗ୍ରେସ ନେତା ଏବଂ ବିଜେଡି ବିଧାୟିକାଙ୍କ ପ୍ରତିନିଧି ପରିବାରକୁ ଭେଟିଛନ୍ତି । ସେପଟେ ନୟାଗଡର ବଧିପାଟଣା ଗଁ।ରୁ ନିଖୋଜ ହୋଇଯାଇଛି ୩ବର୍ଷର କୁନି ଝିଅ ସ୍ବାତୀ । ନିଜେ ଏସ୍.ପି. , ଅତିରିକ୍ତ ଏସ୍.ପି, ଏସ୍.ଡି.ପି.ଓ. ଏବଂ ରଣପୁର ଓ ଚାନ୍ଦପୁର ଥାନା ଅଧିକାରୀ ଗଁ।କୁ ଯାଇ ତଦନ୍ତ କରିଛନ୍ତି । ୪ଦିନ ବିତିଲାଣି, କୋଉଠି ଆଉ କେମିତି ଅଛି ସ୍ବାତୀ ତାର ଟେର ମିଳିନି । ବିଜେଡି, ବିଜେପି ଏବଂ କଂଗ୍ରେସ ନେତା ସ୍ବାତୀର ମା-ବାପାଙ୍କୁ ଭେଟିଛନ୍ତି ।


ମା ଆଖିରୁ ଲୁହ ଶୁଖୁନି, କିନ୍ତୁ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେବା ଘଟଣା ସାମ୍ନାକୁ ଆସୁଛି। ରାଜ୍ୟରେ ୪,୩୧୫ ଶିଶୁଙ୍କ ପତ୍ତା ମିଳୁନାହିଁ। ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.