Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମତଦାନ ବେଳେ ବ୍ୟାପକ ଭୋଟ୍ ରିଗିଂ !

11/04/2019 at 3:55 PM

ଭୁବନେଶ୍ବର ୧୧|୪ : ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ଅନିୟମିତତା ସହ ଭୋଟ୍ ରିଗିଂ ହୋଇଛି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ଝାଟିଆପଦର ସ୍ଥିତ ୮୨ ନମ୍ବର ବୁଥରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ବିଜେପି ।ଚିକିଟି ବିଧାନସଭା କ୍ଷେତ୍ରର ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ଉପସ୍ଥିତ ରହିବା ପାଇଁ ସୁଯୋଗ ଦିଆଗଲା ନାହିଁ ଏବଂ ୫ଟିରେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି ବିଜେପି କହିଛି । ସେହିପରି, କୋରାପୁଟ ଆସନର ୧୫୯ ନମ୍ବର ବୁଥରେ ବିଜେପିର ସ୍ଥାନୀୟ ଏଜେଣ୍ଟଙ୍କୁ ଗୋଟିଏ ଘରେ ତାଲା ପକାଇ ଦିଆଗଲା ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ, ପରାଜୟ ଭୟରେ ବିଜେପି ଏହିଭଳି ଅଭିଯୋଗ କରୁଛି ବୋଲି ବିଜେଡି ମନ୍ତବ୍ୟ ଦେଇଛି ।  

   Related Posts