ବିଜେପିର ରାଜ୍ୟ ସରକାରଙ୍କୁ ଲଲିପପ୍ ସରକାର ଆକ୍ଷେପ

Published By : Prameya-News7 Bureau | July 29, 2018 IST

ବିଜେପି ରାଜ୍ୟ ସରକାରଙ୍କୁ ଲଲିପପ୍ ସରକାର ଆକ୍ଷେପ କରିଛି । ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ବିଜେଡି ନେତା ଓ ମନ୍ତ୍ରୀ ଙ୍କ ଭ୍ରଷ୍ଟାଚାର ବିରୋଧରେ ଚାର୍ଜସିଟି ଆଣିବ ବିଜେପି । ଏହା ଉପରେ ବିଜେପି ଖୁବଶୀଘ୍ର ପୋଲଖୋଲ ଅଭିଯାନ ଆରମ୍ଭ କରିବ । ବିଜେପିର ରାଷ୍ଟ୍ରୀୟ ପ୍ରଭାରୀ ଅରୁଣ ସିଂ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଟାର୍ଗେଟ୍ କରିଛନ୍ତି । ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭ୍ରଷ୍ଟାଚାର ହୋଇଛି । ବିଜେଡି କର୍ମକର୍ତ୍ତା ମାନେ ଦଲାଲି କରୁଛନ୍ତି । ବିନା ଟେଣ୍ଡରରେ କାମ ହେଉଛି , ଜନ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯାଉନି । ଏହା ଗଣତନ୍ତ୍ରର କଣ୍ଠରୋଧ । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛି ବିଜେପି । ସରକାରଙ୍କ ୧୮ବର୍ଷ ଶାସନରେ ଗରିବ ରହିଲେ କିପରି ବୋଲି ପ୍ରଶ୍ନ କରିଛି ବିଜେପି । ଏହା ସହକାରଙ୍କ ଅପାରଗତା ନୁହେଁ କି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ବିଜେପିର ସଂଗଠନ ବଢିଛି ଏଥର ୧୨୦ ମିଶନ ସଫଳ ହେବ ବୋଲି ଅରୁଣ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.