Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାର୍ଟି ମୁଖ୍ୟ ନଡ୍ଡାଙ୍କ ଗୃହ ରାଜ୍ୟରେ ବିଜେପି ଚିତପଟାଙ୍ଗ, ସବୁ ସିଟ୍‌ରେ କଂଗ୍ରେସର ବାଜିମାତ୍

2/11/2021 at 11:15 PM

ନୂଆଦିଲ୍ଲୀ ୦୨।୧୧: ଲୋକସଭା ଓ ଉପ ନିର୍ବାଚନ ଆସନରେ ହୋଇଥିବା ଉପ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ବିଜେପି ପାଇଁ ନିରୁତ୍ସାହଜନକ ରହିଛି। ପଶ୍ଚିମବଙ୍ଗରେ ଟିଏମସି ନିକଟରୁ ଦଳ ପୁନର୍ବାର ପରାଜିତ ହେବା  ସହିତ ହିମାଚଳ ପ୍ରଦେଶରେ ଦଳକୁ ସବୁ ଆସନ ହରାଇବାକୁ ପଡିଛି। ଏହି ପରାଜୟ ବିଜେପିକୁ ଅଧିକ ନିରାଶ କରିଛି। କାରଣ ହିମାଚଳ ପ୍ରଦେଶ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଗୃହ ରାଜ୍ୟ ଏବଂ ଏଠାରେ ବିଜେପି ସରକାରରେ ମଧ୍ୟ ରହିଛି। ତଥାପି ଦଳକୁ ପରାଜୟ ଭୋଗିବାକୁ ପଡିଛି। ମଣ୍ଡି ଲୋକସଭା  ସିଟ୍ ଏବଂ ତିନି ବିଧାନସଭା ସିଟ୍‌ରେ କଂଗ୍ରେସ ବାଜିମାତ୍ କରିଛି।

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଉପ ନିର୍ବାଚନରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ବିଜେପି କାରଗିଲ ଯୁଦ୍ଧର ହିରୋ କୁଶାଲ ସିଂହ ଠାକୁରଙ୍କୁ ମଇଦାନରେ ଓହ୍ଲାଇଥିଲା। ଏଠାରେ କଡା ଟକ୍କରରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ୮୭୬୬ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏହି ସିଟ୍ ବିଜେପି ପାଇଁ ଏଥିପାଇଁ ଗୁରୁତ୍ଵ ବହନ କରୁଛି କାରଣ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଲୋକସଭା କ୍ଷେତ୍ରରୁ ଆସିଛନ୍ତି।  ଲୋକସଭା ସିଟ୍ ସହିତ ବିଜେପି ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ ପରାଜିତ ହୋଇଛି। ଏହି ତିନି ଆସନକୁ କଂଗ୍ରେସ କବଜା କରି ନେଇଛି।

ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗୃହରାଜ୍ୟରେ ଦଳ ଏମିତି ପ୍ରଦର୍ଶନ କରିବ ବୋଲି କେବେ  ଭାବିନଥିଲା।  ମୋଟ୍ ୨୯ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ୨୨ଟି ଆସନରେ ଲଢିଥିଲା। ହେଲେ ଦଳ ମାତ୍ର ୭ଟି ସିଟ୍ ଜିତିବାକୁ ସକ୍ଷମ ହୋଇଛି। ପଶ୍ଚିମବଙ୍ଗରେ ବିଜେପି ଶୋଚନୀୟ ପରାଜୟ  ଭୋଗିଛି। ଜିତିଥିବା ଦୁଇଟି ଆସନ ମଧ୍ୟ ହରାଇବାକୁ ପଡିଛି। ଏଥିରୁ ଜଣା ପଡିଛି ବିଜେପିକୁ କେତେ ବଡ ଝଟକା ଲାଗିଛି। ବିଜେପିକୁ ମଧ୍ୟ ପ୍ରଦେଶ ଏବଂ ଆସାମରେ ସନ୍ତୋଷଜନକ ପରିଣାମ ମିଳିଛି। ଆସାମର ୫ ବିଧାନସଭା ଆସନରେ ଦଳ ସବୁଥିରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ତିନୋଟି ଆସନରୁ ଦୁଇଟିରେ ବିଜୟୀ ହୋଇଛି।

   Related Posts