Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବେଙ୍ଗଲ ହିଂସାର ଭିଡିଓରେ ସାମ୍ବାଦିକଙ୍କୁ ମୃତ ଦର୍ଶାଇଲା ବିଜେପି, ଟ୍ବିଟ୍ କଲେ ସାମ୍ବାଦିକ,’ମୁଁ ବଞ୍ଚିଛି’ : ସମ୍ବିତ ପାତ୍ର କହିଲେ, ‘IT ସେଲର ଭୁଲ’

6/05/2021 at 8:25 PM

କୋଲକାତା ୦୬/୦୫ : ପଶ୍ଚିମବଙ୍ଗରେ ​‌ଶେଷ ହୋଇଛି ବିଧାନସଭା ନିର୍ବାଚନ କିନ୍ତୁ ବିଭିନ୍ନ ସ୍ଥାନନରେ ଏବେବି ବ୍ୟାପକ ହିଂସା ଜାରି ରହିଥିବା ଖବର ଆସୁଛି । କିନ୍ତୁ ଖବର କେତେ ସତ ଆଉ କେତେ ମିଛ ? ବିଜେପି ଅଭିଯୋଗ କରୁଛି ଯେ, ଟିଏମ୍‌ସିର ଗୁଣ୍ଡାମାନେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରୁଛନ୍ତି, ଘର ଭାଙ୍ଗୁଛନ୍ତି, ମରଣାନ୍ତକ ଆକ୍ରମଣ କରୁଛନ୍ତି । ସେପଟେ ଟିଏମ୍‌ସି ଏହାକୁ ମିଥ୍ୟା ଦର୍ଶାଇବାକୁ ଯାଇ ବିଭିନ୍ନ ବୟାନ ଜାରି କରୁଛି । ତେବେ ସତ କ’ଣ ?

ନିକଟରେ ଜଣେ ସାମ୍ବାଦିକଙ୍କର ଫଟୋକୁ ନେଇ ଫେକ୍‌ ନ୍ୟୁଜ୍‌ ବନାଇଥିବା ଅଭିଯୋଗରେ ଫସିଛି ବିଜେପି । ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି କହି ଜୀବିତ ଥିବା ଜଣେ ସାମ୍ବାଦିକଙ୍କ ଫଟୋକୁ ମୃତ କାର୍ଯ୍ୟକର୍ତ୍ତା କହି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଘଟଣା ବାବଦରେ ସେତେବେଳେ ପ୍ରକାଶ ପାଇଥିଲା ଯେତେବେଳେ ଆବ୍ରୋ ବାନାର୍ଜୀ ନାମକ ଜଣେ ସାମ୍ବାଦିକ ନିଜେ ଟ୍ବିଟ୍‌ କରି ଜୀବିତ ଥିବା ଖବର ଦେଇଥିଲେ ।

ଟ୍ବିଟ୍‌ କରି ସେ ଲେଖିଛନ୍ତି ଯେ, ‘ମୁଁ ଆବ୍ରୋ ବାନାର୍ଜୀ । ବଞ୍ଚିଛି, ପୁରାପୁରି ସୁସ୍ଥ ଅଛି ଏବଂ ଶୀତଲକୁଚିରୁ ୧୩ଶହ କିଲୋମିଟର ଦୂରରେ ଅଛି । ବିଜେପି IT ସେଲ କହୁଛି ମୁଁ ମାନିକ୍‌ ମୌତ୍ରା ଏବଂ ମୋତେ ଟିଏମସି କର୍ମୀମାନେ ହତ୍ୟା କରିଛନ୍ତି । ଦୟାକରି ଏଭଳି ଫେକ୍‌ ନ୍ୟୁଜକୁ ବିଶ୍ବାସ କରନ୍ତୁ ନାହିଁ । ମୁଁ ଜୀବିତ ଅଛି ।’

ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ‘ଏହା ବିଜେପି IT ସେଲର ଭୁଲ । ଆମର କାର୍ଯ୍ୟକର୍ତ୍ତା ମାନିକ୍‌ ମୋଇତ୍ରାଙ୍କ ହିଂସାରେ ମୃତ୍ୟୁ ଘଟିଛି । କିନ୍ତୁ ଭୁଲରେ ଅବ୍ରୋ ବାନାର୍ଜୀଙ୍କ ଫଟୋ ପୋଷ୍ଟ ହୋଇଯାଇଛି । ବେଙ୍ଗଲ ହିଂସାରେ ୬ଜଣଙ୍କର ମୃତ୍ୟୁ ଘଟିଛି ଯାହାକୁ ନେଇ ସାମ୍ବାଦିକ ଅବ୍ରୋ ବାନାର୍ଜୀ ଏକ ରିପୋର୍ଟ ତିଆରି କରିଥିଲେ । ତାଙ୍କ ଆର୍ଟିକିଲର ଭିଡିଓ ବ୍ୟବହାର କରାଯାଇଥିଲା ଏବଂ ଭୁଲରେ ତାଙ୍କ ଫଟୋ ପୋଷ୍ଟ ହୋଇଯାଇଥିଲା ।’

   Related Posts