Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବଙ୍ଗରେ ଟିଏମସି ଏବଂ ବିଜେପି କର୍ମୀ ମୁହାଁମୁହିଁ : ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ, ୬ଜଣ ଗୁରୁତର

13/12/2020 at 8:29 AM

କୋଲକାତା ୧୩/୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି । ଟିଏମସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତର୨୪ ପ୍ରଗଣାରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

 ବେଙ୍ଗଲ ବିଜେପି ଟୁଇଟ୍ କରିଛି ଯେ, ପୁଣି ଏକ ହତ୍ୟା, ହଲିସହରରେ ତୃଣମୂଳ ଗୁଣ୍ଡାଙ୍କ ହମଲାରେ ସୈକତ ଭବାଲ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଆହତ ହୋଇ ଜେ.ଏନ୍. ମେମୋରିଆଲ୍ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଡୋର୍-ଟୁ-ଡୋର୍ କ୍ୟାମ୍ପେନ୍ କରିବା ସମୟରେ ସୈକତ ଭବାଲଙ୍କ ଉପରେ ମରଣାନ୍ତକ ହମଲା ହୋଇଥିବା ବିଜେପି ଅଭିଯୋଗ କରିଛି।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ। ତାର ବେଶ୍ ଆଗରୁ ରାଜନୈତିକ ହିଂସା ଦେଖା ଦେଇଛି । ୩ ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗାଡ଼ି ଉପରେ ହମଲା ହୋଇଥିଲା । ଏହି ଘଟଣା ପରଠୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଚରମରେ ପହଞ୍ଚିଛି ।

   Related Posts