Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବିଜେପି ସଭାପତିଙ୍କ କାର୍‌କେଡ୍‌ ଉପରେ ପଥରମାଡ଼ କଲେ ଟିଏମସି ସମର୍ଥକ ! କଳା ପତାକା ଦେଖାଇ କଲେ ବିରୋଧ

10/10/2020 at 10:28 PM

ଜମାଲପୁର ୧୦/୧୦: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ୍‌ ସମର୍ଥକଙ୍କ ଚାଲିଛି ଗୁଣ୍ଡାରାଜ। ମମତା ବାନାର୍ଜୀଙ୍କ ସରକାରରେ ବିଭିନ୍ନ ହିଂସା ଘଟୁଥିବା ଖବର ସାମ୍ନାକୁ ଆସୁଛି। ବିଜେପି ସମର୍ଥକଙ୍କ ଉପରେ ବିଭିନ୍ନ ସମୟରେ ଟିଏମସି ସମର୍ଥକ ଆକ୍ରମଣ କରୁଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ଆଜି ଖୋଦ ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ କାରକେଡ୍‌ ଉପରେ ପୂର୍ବ ବର୍ଧମାନ ଜିଲ୍ଲାରେ ଟିଏମସି ସମର୍ଥକ ପଥରମାଡ଼ କରିବା ସହ କଳା ପତାକା ଦେଖାଇ ବିରୋଧ କରିଥିବା ଅଭିଯୋଗ ହୋଇଛି।

ଦିଲ୍ଳୀପ ଘୋଷ ନିଜ ସମର୍ଥକଙ୍କ ସହ ଶନିବାର ନୂଆ କୃଷିନୀତି ସମ୍ପର୍କରେ ଆଲୋଚନା କରିବାକୁ ଜମାଲପୁର ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଅନ୍ୟପଟେ ଏଭଳି ଅଭିଯୋଗକୁ  ଟିଏମସି ପକ୍ଷରୁ ଖଣ୍ଡନ କରାଯାଇଛି। କିନ୍ତୁ ଜଣେ ପୋଲିସ କର୍ମୀଙ୍କ ସୂଚନା ଅନୁସାରେ ଉଭୟ ଦଳର ସମର୍ଥକ ପରଷ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଏଭଳି ପରିସ୍ଥିତିକୁ କାବୁ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

ଦିଲ୍ଳୀପ ଘୋଷ କହିଛନ୍ତି, ‘ମୋ କାର୍‌କେଡ୍‌ ଯେମିତି ଜମାଲପୁର ପହଞ୍ଚିଲା ଟିଏମସି କାର୍ଯକର୍ତ୍ତା କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ସେମାନେ ପଥରମାଡ଼ ମଧ୍ୟ କରିଥିଲେ। ଟିଏମସି ଲୋକତନ୍ତ୍ରରେ ବିଶ୍ବାସ କରେନାହିଁ। ଆଜିର ଏହି ଘଟଣା ତାର ପ୍ରମାଣ।’

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ଏଭଳି ଘଟଣାରେ ଅଭ୍ୟସ୍ତ ହୋଇଗଲିଣି। କିନ୍ତୁ ରାଜ୍ୟବାସୀ ଏହାର ଜବାବ ଦେବେ।‘ କିନ୍ତୁ ଟିଏମସି ପକ୍ଷରୁ ଏହି ଅଭିଯୋଗକୁ ଖାରଜ କରାଯାଇଥିବା ବେଳେ ସ୍ଥାନୀୟ ନେତା କହିଛନ୍ତି, ନୂଆ କୃଷିନୀତିକୁ କୃଷକମାନେ ବିରୋଧ କରୁଛନ୍ତି। ଯାହା କି ତାଙ୍କ ହିତ ସାଧନରେ ସହାୟକ ନୁହେଁ।

   Related Posts