ବିଜେପି ପ୍ରାର୍ଥୀ ତାଲିକା ଉପରେ ନଜର : ନାଁ ଚୂଡାନ୍ତ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦୀୟ ନିର୍ବାଚନ ସମିତି ବୈଠକ

Published By : Prameya-News7 Bureau | March 19, 2019 IST

ଦିଲ୍ଲୀ ୧୯/୩ : ବିଜେଡି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି | ଏବେ ନଜର ରହିଛି ବିଜେପି ପ୍ରାର୍ଥୀ ତାଲିକା ଉପରେ | ଆଜି ଦିଲ୍ଲୀରେ ବିଜେପି ନିଜର ପ୍ରାର୍ଥୀକୁ ତାଲିକା ଘୋଷଣା କରିବ | ଗତକାଲି ମନୋହର ପାରିକରଙ୍କ ଶେଷକୃତ୍ୟ ଥିବା ଯୋଗୁଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିଲା | ଶନିବାର ଦିନ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମାରାଥନ ବୈଠକର ପ୍ରାର୍ଥୀମାନଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ମିଳୁଛି | ଆଜି ଦିଲ୍ଲୀରେ ବସିବ କେନ୍ଦ୍ରୀୟ ନିର୍ବାଚନ ବୈଠକ | ଏହାପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ |


ଓଡିଶାରେ ୯ଟି ଲୋକସଭା ଏବଂ ୬୩ଟି ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ବିଜେପିର ପ୍ରାର୍ଥୀକୁ ତାଲିକା ଘୋଷଣା ହୋଇପାରେ | ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ, ସବୁ ପ୍ରକାର ଚୂଡାନ୍ତ ତାଲିକା ପ୍ରସ୍ତୁତ ସରିଛି | ବିଜେପିର ପାର୍ଲିଆମେଣ୍ଟାରୀ କମିଟି ଏନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି | କେଉଁ ପ୍ରାର୍ଥୀଙ୍କର ସ୍ଥିତି କ'ଣ ରହିଛି , ଜିତିବାର ସମ୍ଭାବନା କେଉଁ ପ୍ରାର୍ଥୀଙ୍କର ରହିଛି ସେମାନଙ୍କ ଉପରେ ଫୋକସ ରହିଛି | କେଉଁ ନିର୍ବାଚନ ମଣ୍ଡଳୀରେ କେଉଁ ବିରୋଧୀଙ୍କ ସହ ଲଢେଇ ହେବ ସେ ଉପରେ ମଧ୍ୟ ତର୍ଜମା କରାଯାଇଛି | ଦଳ କରିଥିବା କାର୍ଯ୍ୟକ୍ରମ କେତେ ମାତ୍ରାରେ ଲୋକଙ୍କ ପାଖରେ ପହଂଚି ପାରିଛି ସେସବୁ ବିଷୟରେ ଆଲୋଚନା କରାଯାଉଛି |


ବିଭିନ୍ନ ଦଳରୁ ଯେଉଁ ନେତା ଆସିଛନ୍ତି ଏବଂ ତାଙ୍କୁ ଯେଉଁ ଟିକେଟ ଦିଆଯାଉଛି ସେ କସରତ ମଧ୍ୟ ସରିଛି | ପୁରୁଣା ସଂଗଠନ କର୍ମୀ ଏବଂ ନୂଆ ନେତାଙ୍କୁ ବସାଇ ଆଲୋଚନା କରାଯାଉଛି |


ବର୍ତ୍ତମାନ ରାଜନୀତିରେ ମହିଳା କାର୍ଡ ମୁଖ୍ୟ ଭୂମିକା ଗ୍ରହଣ କରିଛି | ମୁଖ୍ୟମନ୍ତ୍ରୀ ନବୀନ ୯ ଲୋକସଭା ନିର୍ବାଚନ ପାଇଁ ୩ ଜଣ ମହିଳା ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭା ପାଇଁ ୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି | ଅପରପକ୍ଷରେ କଂଗ୍ରେସରେ ଏତେ ପରିବର୍ତ୍ତନ ଦେଖାଦେଇନାହିଁ | କଂଗ୍ରେସ ୨ ଜଣ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛି | ଏବେ ନଜର ରହିଛି ବିଜେପି ଉପରେ | କାରଣ ବିଜେପି ସବୁବେଳେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥାଏ ବୋଲି ଚର୍ଚ୍ଚା ହୋଇଛି | ବିଜେପି ୧୨୦+ ମିଶନ ରଖିଛି | ସେଥିପାଇଁ ସେ ଜିତିବା ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ଅଧିକ ଗୁରୁତ୍ୱ ଦେଉଛି | ମହିଳା କାର୍ଡ ବାହାନାରେ ରାଜନୈତିକ ଖେଳ ଖେଳିବା ଦଳର ଉଦ୍ଦେଶ୍ୟ ନୁହେଁ ବୋଲି କହିଛି ବିଜେପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.