Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କମ୍ପୁଛି ପିପିଲି ମୈଦାନ, ପୂଜାର୍ଚ୍ଚନା ପରେ ପ୍ରଚାର ଆରମ୍ଭ କଲେ ବଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

20/09/2021 at 1:24 PM

ନିମାପଡା ୨୦।୯: ଆଉ କିଛି ଦିନ ପରେ ପିପିଲି ଉପନିର୍ବାଚନ । ନିର୍ବାଚନ ଲାଗି ସୋମବାରଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ଲାଗିପଡିଛନ୍ତି । ଭୋଟମାନଙ୍କୁ ଆକୃଷ୍ଟ କରିବାକୁ ସେମାନଙ୍କୁ ନିକଟରେ ପହଞ୍ଚୁଛନ୍ତି ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ତାଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ପିପିଲି ଦାଣ୍ଡ ମୁକୁନ୍ଦପୁର ଗୋପାଳ ଜିଉ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଆଶ୍ରିତ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ଆଶ୍ରିତ ପିପିଲି ଦାଣ୍ଡ ମୁକୁନ୍ଦପୁର, ତେଇଶିପୁର, ଜେନାପୁର ପଞ୍ଚାୟତରେ ଭୋଟରମାନଙ୍କୁ ଭେଟି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ଉପନିର୍ବାଚନରେ ଭୋଟର ବିଜେପିକୁ ବହୁମତ ଦେଇ ନିର୍ବାଚିତ କରିବେ ବୋଲି ବିଜେପି ଆଶାବାଦୀ ଅଛି ବୋଲି ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ଵର ୩୦ରେ ଉପ ନିର୍ବାଚନ, ଅକ୍ଟୋବର ୩ରେ ଗଣତି । ତିନି ତିନିଥର ତାରିଖ ଘୋଷଣା ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ଲାଗି ସେପ୍ଟେମ୍ବର ୪ ତାରିଖରେ ଚତୁର୍ଥ ଥର ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ତାରିଖ ଘୋଷଣା ପରେ ଲାଗୁ ହୋଇଥିଲା ଆଚରଣବିଧି । ପିପିଲି ମୈଦାନରେ ୧୦ ପ୍ରାର୍ଥୀ ଥିବାବେଳେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ହେବ ଫାଇଟ୍‌ ।  ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ।  କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଇଣ୍ଡୋର ମିଟିଂରେ ସର୍ବାଧିକ ୨ ଶହ ଲୋକ,  ଆଉଟଡୋର୍ ମିଟିଂରେ ସର୍ବାଧିକ ୫ ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି । ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ଆଉଟ୍ ଡୋର୍ ମିଟିଂରେ ସର୍ବାଧିକ ହଜାରେ ଲୋକ ଏକାଠି ହୋଇପାରିବେ । ଅତି ବେଶୀରେ ୨୦ ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ପ୍ରଚାର ପାଇଁ ଅନୁମତି ମିଳିବ। ସର୍ବାଧିକ ୫ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିପାରିବେ ପ୍ରାର୍ଥୀ ।  ପ୍ରଚାରରେ ବାଇକ୍ ରାଲି ଓ ରୋଡ୍ ସୋ’କୁ ଅନୁମତି ମିଳିନାହିଁ । ନିର୍ବାଚନ ପରିଚାଳନାରେ ସାମିଲ ସମସ୍ତ କର୍ମଚାରୀ ଡବଲ ଡୋଜ୍‌ କରୋନା ଟିକା ନେଇଥିବା ବାଧ୍ୟତାମୂଳକ ।

   Related Posts