ଏହା କୌଣସି ଫିଲ୍ମ ସୁଟିଂ ସେଟ ନୁହେଁ; ରବି କିଶନଙ୍କ ନାମାଙ୍କନ ଦାଖଲ ପାଇଁ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | April 23, 2019 IST

ଗୋରଖପୁର ୨୩/୪ : ଏହା କୌଣସି ଫିଲ୍ମ ସୁଟିଂର ସେଟ ନୁହେଁ ଯେଉଁଥିରେ ଭୋଜପୁରୀ ଫିଲ୍ମ ଷ୍ଟାର ରବି କିଶନ ଅଭିନୟ କରୁଛନ୍ତି | ଇଏ ହେଉଛି ଅସଲି ଫଟୋ | ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଗୋରଖପୁର ଆସନରୁ ଲଢ଼ୁଥିବା ରବି କିଶନ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି | ଇଏ ହେଉଛି ରବି କିଶନଙ୍କ ପ୍ରସ୍ତୁତି ଫଟୋ | ରବି କିଶନ ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିବା ପୂର୍ବରୁ ଆଜି ଗୋରଖପୁର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ |

{"id":106406}


ଗୋରଖପୁରରେ ୨୦୧୮ ଉପ ନିର୍ବାଚନରେ ହାରିଯିବା ପରେ ବିଜେପି ଏଥର ଭୋଜପୁରୀ ଫିଲ୍ମ ଷ୍ଟାର ରବି କିଶନଙ୍କୁ ଟିକେଟ ଦେଇଛି | ରବି କିଶନ ଏକ ସାକ୍ଷାତକାର ବେଳେ କହିଥିଲେ ଯୋଗୀ ଆଦିତ୍ୟନାଥ ମୋର ବଡ ଭାଇ ଶ୍ରୀରାମ ଏବଂ ମୁଁ ତାଙ୍କ ଭରତ | ଏଠାରେ ମେଣ୍ଟ ଫ୍ଲପ ଫିଲ୍ମର ଫ୍ଲପ ଶୋ' ହୋଇସାରିଛି |

{"id":106407,"align":"center"}


ଚଳିତ ଲୋକସଭା ନିର୍ବାଚନରେ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶର ଗୋରଖପୁର ଲୋକସଭା ଆସନ | ଏହି ଆସନରୁ ବିଜେପି ୧୯୯୧ ମସିହାରୁ ଲଗାତାର ଜିତି ଆସୁଛି | କିନ୍ତୁ ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାପରେ ଏହି ସଂସଦୀୟ ଆସନର ଗଣିତ ବିଗିଡି ଯାଇଥିଲା | ୨୦୧୮ରେ ହୋଇଥିବା ଉପ ନିର୍ବାଚନ ବହୁଜନ ସମାଜବାଦୀ ପାର୍ଟିର ସମର୍ଥନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ ନିଷାଦ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ହରାଇ ଇତିହାସ ରଚନା କରିଥିଲେ |

{"id":106408}


ବିଜେପି ନିଜ ଗଡ ପୁଣି ହାତେଇବା ପାଇଁ ଭୋଜପୁରୀ ଷ୍ଟାର ରବି କିଶନଙ୍କୁ ମୈଦାନକୁ ଓହ୍ଲାଇଛି | ରବି କିଶନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ | ସେ କହିଥିଲେ ଯେ, ଦେଶ ପ୍ରେମ ସବୁଠାରୁ ଉପରେ | କାରଣ ଦେଶର ପ୍ରଧାନମନ୍ତ୍ରୀ ମୋଦି ଦେଶ ପ୍ରେମରେ ବୁଡି ରହିଛନ୍ତି ଏବଂ ସେ ମଧ୍ୟ ଦେଶ ପ୍ରେମରେ ଲୀନ ହୋଇ ଚୌକିଦାର ହୋଇଛନ୍ତି |

{"id":106409,"width":563,"height":395}


ଗୋରଖପୁର ଶାସନରେ ଗୋରଖପୁର ମନ୍ଦିରରୁ ଅନେକ ନିଷ୍ପତ୍ତି ନିଆଯାଇଥାଏ | ସେଥିପାଇଁ 'ମେରା ବୁଥ ସବସେ ମଜବୁତ' ଦଲିଲ ଏଠାରେ ଦୁର୍ବଳ ପଡିଯାଇଥାଏ | ଗୋରଖପୁରର ରାଜନୈତିକ ନୀତି ପରଖିଥିବା ବ୍ୟକ୍ତିମାନେ କହିଛନ୍ତି ଯେ, କିଛି ଦିନ ହେଲା ମନ୍ଦିର ଏବଂ ଦଳ ଅଲଗା ଅଲଗା ହୋଇଯାଇଛନ୍ତି | ମଠର ପସନ୍ଦ କାର୍ଯ୍ୟକର୍ତ୍ତାଙ୍କୁ ମାନିବାକୁ ପଡିଥାଏ | ଗତ ଉପ ନିର୍ବାଚନ ବେଳେ ଯେଉଁ ବିଜେପି ପ୍ରାର୍ଥୀଙ୍କୁ ଦଳ ମୈଦାନକୁ ଓହ୍ଲାଇଥିଲା ତାଙ୍କୁ ମଠ ଅନିଚ୍ଛା ସତ୍ୱେ ସ୍ୱୀକାର କରିଥିଲା | ଯେଉଁଥିପାଇଁ ବିଜେପି ହାରିଯାଇଥିଲା |

{"id":106410}


ଗୋରଖପୁର ଆସନରେ ସବୁଠାରୁ ଅଧିକ ନିଷାଦ ସମ୍ପ୍ରଦାୟର ଭୋଟର ଅଛନ୍ତି | ଏହି ଆସନରେ ପାଖାପାଖି ୩.୫ ଲକ୍ଷ ଭୋଟର ନିଷାଦ ସମ୍ପ୍ରଦାୟର ଅଛନ୍ତି | ଏହାପରେ ଯାଦବ ଏବଂ ଦଳିତ ଭୋଟର ସଂଖ୍ୟା ରହିଛି | ପାଖାପଖି ୨ ଲକ୍ଷ ବ୍ରାହ୍ମଣ ଭୋଟର ଅଛନ୍ତି | ଆସନର ୧୩ ପ୍ରତିଶତ ଭୋଟର ମୁସଲମାନ |

{"id":106413,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.