୩ଟି ଲୋକସଭା ଏବଂ ୧୧ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା,ପାଟକୁରାରୁ ବିଜୟ ମହାପାତ୍ର ଓ ଭୁବନେଶ୍ବର( ଉତ୍ତର)ରୁ ଅପରାଜିତା ମହାନ୍ତି
1/04/2019 at 12:14 PM

ଭୁବନେଶ୍ବର ୧/୪: ୩ଟି ଲୋକସଭା ଏବଂ ୧୧ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନିକଟରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସାଂସଦ ଅର୍ଜ୍ଜନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ମୟୁରଭଞ୍ଜରୁ ବିଶ୍ବେଶ୍ବର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିଭଳି ୧୧ଟି ବିଧାନସଭା ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ଆନନ୍ଦପୁରରୁ ଆଲୋକ ସେଠୀ,ରାଇରଙ୍ଗପୁରରୁ ନବଚରଣ ମାଝୀ,ମୋରଡ଼ାରୁ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର,ନୀଳଗିରିରୁ ସୁକାନ୍ତ ନାୟକ,ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ,ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ,ଆଠଗଡ଼ରୁ ବ୍ରଜେନ୍ଦ୍ର ରୟ,ପାଟକୁରାରୁ ବିଜୟ ମହାପାତ୍ର,ମହାକାଳପଡ଼ାରୁ ବିଜୟ ପ୍ରଧାନ,ପୁରୀରୁ ଜୟନ୍ତ ଷଡ଼ଙ୍ଗୀ,ଭୁବନେଶ୍ବର ଉତ୍ତରରୁ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି।
