ଚୂଡ଼ାନ୍ତ ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ଆଜି କୋର୍ କମିଟି ବୈଠକ ପରେ ଅମିତ ଶାହା କରିବେ ଘୋଷଣା

Published By : Prameya-News7 Bureau | March 17, 2019 IST

ନୂଆଦିଲ୍ଲୀ ୧୭/୩: ଆଜି ବିଜେପି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଜେପି ମୁଖ୍ୟାଳୟରେ ମାରାଥନ୍ ବୈଠକ ଚାଲିଥିବା ବେଳେ ପ୍ରାୟତଃ ପ୍ରାର୍ଥୀମାନଙ୍କର ନାଁ ଚୂଡ଼ାନ୍ତ ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି କୋର କମିଟି ବୈଠକ ସାରିବା ପରେ ନାଁ ଘୋଷଣା ହେବ ବୋଲି ଜାତୀୟ ଗଣାମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି ।

ନାଗପୁରରୁ ଭେଟରାନ ନୀତିନ ଗଡ଼କରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ପୁନମ୍ ମହାଜନଙ୍କୁ ମୁମ୍ବାଇ ସେଣ୍ଟ୍ରାଲ, କିରୀଟ ସୋମେୟାଙ୍କୁ  ମୁମ୍ବାଇ ନର୍ଥ-ଇଷ୍ଟରୁ ପ୍ରାର୍ଥୀ କରାଯାଇଥିବା ନେଇ ମଧ୍ୟ ଗଣମାଧ୍ୟମଗୁଡ଼ିକ ଉଲ୍ଲେଖ କରିଛନ୍ତି । ସେହିପରି ପୂର୍ବ-ଚମ୍ପାରଣରୁ ରାଧାମୋହନ ସିଂ, ଛପରାରୁ ରାଜୀବ ପ୍ରତାପ ରୁଡିଙ୍କୁ ଟିକେଟ୍ ଦିଆଯାଇଛି । ପଟନା ସାହେବରୁ ମଧ୍ୟ ବାଗି ଶତ୍ରୁଘ୍ନ ସିହ୍ନାଙ୍କ ଟିକେଟ୍ କଟାଯାଇଥିବା ବେଳେ  ରବିଶଙ୍କର ପ୍ରସାଦଙ୍କୁ ଦଳ ପ୍ରାର୍ଥୀ କରିଥିବା ନେଇ ଆଲୋଚନା ହେଉଛି । ଭାଗଲପୁରରୁ ମଧ୍ୟ ଶାହାନାବାଜ୍ ହୁସେନଙ୍କ ଟିକେଟ୍ କଟିଥିବା ନେଇ ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.