ମୁଖ୍ୟମନ୍ତ୍ରୀଙ୍କୁ ପାଟକୁରାରୁ ନିର୍ବାଚନ ଲଢିବା ପାଇଁ ଆହ୍ବାନ କଲେ ବିଜୟ ମହାପାତ୍ର

Published By : Prameya-News7 Bureau | April 30, 2019 IST

କେନ୍ଦ୍ରାପଡା ୩୦|୪: ସରକାର ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି ବୋଲି ପାଟକୁରାରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କର ଯଦି ସାହାସ ଅଛି ତେବେ ନିଜେ ପାଟକୁରାରୁ ଲଢନ୍ତୁ ବୋଲି ବିଜୟ ଆହ୍ଵାନ କରିଛନ୍ତି | ତେବେ ବିଜେଡି ଏକମାତ୍ର ଦଳ ଯାହାର ନିର୍ବାଚନ କମିଟି ନାହିଁ | ତେବେ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରାର୍ଥୀତ୍ବ ଏକ ଷଡଯନ୍ତ୍ର ବୋଲି ବିଜୟ ମହାପାତ୍ର କହିଛନ୍ତି |

ସୂଚନାଯୋଗ୍ୟରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ସରିଥିବା ବେଳେ କେବଳ ପାଟକୁରାରେ ନିର୍ବାଚନ ଆସନ୍ତା ୧୯ତାରିଖରେ ଅନୁଷ୍ଠିତ ହେବ । ପାଟକୁରାରୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ସେଠାରେ ନିର୍ବାଚନ ସ୍ଥଗିତ ଥିଲା । ତେବେ ଗତକାଲି ବିଜେଡି ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଛି । ତେବେ ପାଟକୁରାରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.