ଭୁବନେଶ୍ବର ୧୩|୪: ସାଧାରଣ ନିର୍ବାଚନ ପୂର୍ବରୁ ମୟୁରଭଂଜ ଜିଲ୍ଲାର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନୀ ପ୍ରଚାରକୁ ଆହୁରି ଅଧିକ ତ୍ବରାନ୍ବିତ କରିବା ପାଇଁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ପ୍ରଚାର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।
ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଂଜଦେଓ ଉକ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିବାବେଳେ ଲକ୍ଷ୍ମଣ ଟୁଡୁଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଅଛି । ଏହି କମିଟିର ସଂଯୋଜକ ଭାବେ ରାଜ୍ୟ ପ୍ରବକ୍ତା ଜୀବନ ସାହୁ ଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ, ସଂଜୀବ ମହାନ୍ତି, ମନୋଜ ଦାସ (ବାପି), କମଳ କୁମାର ଧଳ, ପ୍ରମିଳା ପଣ୍ଡା, କବି ବିଷ୍ଣୁ ଶତପଥୀ, ଚିତରଂଜନ ଦାସ, ଅବନୀ ମହାନ୍ତ, ବିରାମ ମୁର୍ମୁ, ଛୋଟେଲାଲ୍ ମହାନ୍ତ, କମଳେନ୍ଦୁ ମହାନ୍ତ ଏହି କମିଟିର ସଦସ୍ୟ ଅଛନ୍ତି । ଏନେଇ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।