ଅନୁଗୁଳ ଜିଲ୍ଲାପାଳଙ୍କ ତ୍ରିପାକ୍ଷିକ ବୈଠକ ପରେ ଖଣିବନ୍ଦ ଆନ୍ଦୋଳନରୁ ଓହରିଲା ବିଜେପି, ଆଜିଠୁ ପୁଣି ଚାଲିବ ସବୁଖଣି

Published By : Prameya-News7 Bureau | July 31, 2019 IST

ଅନୁଗୋଳ ୩୧|୭: ଅନୁଗୋଳ ଜିଲ୍ଳାପାଳଙ୍କ କାର୍ଯ୍ୟାଲୟରେ ତ୍ରିପାକ୍ଷିକ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନା ପରେ ୬ଦିନ ଧରି ଖଣି ବନ୍ଦ ରଖିଥିବା ବିଜେପି ଖଣି ବନ୍ଦ ଆନ୍ଦୋଳନରୁ ଓହରିଛି ।

ଉଚ୍ଚ ସ୍ତରୀୟ ତଦନ୍ତ, ପର୍ଯ୍ୟାପ୍ତ କ୍ଷତିପୂରଣ ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୁତି ପାଇଲା ପରେ ଦଳ ଆନ୍ଦୋଳନରୁ ଓହରିଛି। ମିଟିଂରେ ଏମସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଅନୁଗୁଳ ଜିଲ୍ଲାପାଳ ଏବଂ ବିଜେପି କର୍ମି ଉପସ୍ଥିତ ଥିଲେ।

ତେଣୁ ଆଜିଠାରୁ ଖଣି ଚାଲିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଭରତପୁର ଖଣିରେ ମାତି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ପରେ ବିଜେପି ଏମସିଏଲର ଖଣି ବନ୍ଦ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.