ଚାଷୀଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ଦାବିରେ ୬ଘଣ୍ଟିଆ ନୂଆପଡା ବନ୍ଦ

Published By : Prameya-News7 Bureau | August 31, 2018 IST

ନୂଆପଡା ୧|୯: ଆଜି ୬ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ । ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ପ୍ରଦାନ ଦାବିରେ ନୂଆପଡା ଜିଲ୍ଲା ବିଜେପି ବନ୍ଦ ଡାକରା ଦେଇଛି । ନୂଆପଡା ଏକତା ଛକଠାରେ ବ୍ୟାନର ମାରି ଜାତୀୟ ରାଜପଥ ୩୫୩ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଖରିଆର ରୋଡ୍ ଠାରୁ ଖଡିଆଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥକୁ ବିଜେପି ତରଫରୁ ଅବରୋଧ କରାଯାଇଛି । ସକାଳୁ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ବୀମା ଅର୍ଥ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.