Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କୋଣାର୍କରେ ବଂଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣା: ୮ଟି ଲଜ ଉପରେ ପୋଲିସର ଚଢଉ, ବହୁ ଆପତ୍ତିଜନକ ଜିନିଷ ଜବତ, ୨୬ରେ ବିଜେପି ମହିଳା ମୋର୍ଚ୍ଚା ବନ୍ଦ ଡାକରା

22/10/2018 at 8:24 PM

କୋଣାର୍କ ୨୨/୧୦: କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ବନ୍ଦ ଘରେ ପ୍ରତିଦିନ ୧୦ରୁ ଅଧିକ ଲୋକ ଦୁଷ୍କର୍ମ କରିବା ଘଟଣା ରାଜନୈତିକ ରୂପ ନେବାରେ ଲାଗିଛି ।  ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହେବା ପ୍ରତିବାଦରେ ବିଜେପି ମହିଳା ମୋର୍ଟ୍ଟା ୨୬ତାରିଖ ଦିନ କୋଣାର୍କ ବନ୍ଦ ଡାକରା ଦେଇଛି। ମହିଳା ମୋର୍ଚ୍ଚା କୋଣାର୍କକୁ ସ୍ବଚ୍ଛ କରିବା ଏବଂ ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ବନ୍ଦକରିବା ଆଦି ଦୁଇ ଦଫା ଦାବୀ ରଖିଛି। ଆସନ୍ତା ୨୬ତାରିଖରେ  କୋଣାର୍କ ବନ୍ଦ ଡାକରା ସହ ସେହିଦିନ ପୁରୀ ଏସପିଙ୍କ କାର୍ଯାଳୟ ଘେରାଉ କରିବାପାଇଁ ଆଜି କୋଣାର୍କ ଯାତ୍ରୀନିବାସଠାରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଅପରପକ୍ଷରେ ପୋଲିସ ଆଜି କୋଣାର୍କର ବିଭିନ୍ନ ଲଜ୍‌ ଉପରେ ଚଢଉ କରିଛି । ଏହିସବୁ ଲଜ୍‌ ରୁ ବହୁ ଆପତ୍ତିଜନକ ଜିନିଷ ପୋଲିସ ଜବତ କରିଛି । ଲଜ୍‌ ର ମାଲିକମାନେ ଫେରାର ଥିବା ପୋଲିସ କହିଛି । ପ୍ରଶ୍ନ ଉଠୁଛି ଯଦି ଏହିସବୁ ଲଜ୍‌ ରେ ବରାବର ଅନୈତିକ କାର୍ଯ୍ୟ ହେଉଥିଲା ତାହେଲେ ଆଜି ପର୍ଯ୍ୟନ୍ତ ପୋଲିସ କାହିଁକି ଚୁପ୍‌ ବସିଥିଲା । ବଂଗୀୟ ଯୁବତୀ ଦୁଷ୍କର୍ମ ଘଟଣା ପରେ ହଠାତ୍‌ କାହିଁକି ପୋଲିସର ଚେତା ପଶିଲା ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କୋଣାର୍କ ମାର୍କେଟ କଂପ୍ଲେକ୍ସରେ ଥିବା ଏକ ବଂଦଘରୁ ଜଣେ ବଂଗୀୟ ଯୁବତୀଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ପୋଲିସ ଓ ଅଗ୍ନୀଶମ ବାହିନୀ ଉଦ୍ଧାର କରିଥିଲେ । ସଂପୃକ୍ତ ଯୁବତୀଙ୍କ କହିବା ଅନୁସାରେ ତାଙ୍କୁ ସୁବାସ ବେହେରା ନାମକ ଜଣେ ବ୍ୟକ୍ତି ଏଠି ଆଣି ରଖିଥିଲେ । ଚାକିରୀ କରାଇଦେବା ବାହାନାରେ ତାଙ୍କୁ ଅଣାଯାଇଥିଲେ ମଧ୍ୟ ସେଠି ପ୍ରତ୍ୟେକ ଦିନ ୧୦ରୁ ୧୫ ଜଣ ଲୋକ ସେଠାକୁ ଆସି ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କ ହାତ ବାନ୍ଧି ଦିାଯାଇଥିଲା । ପ୍ରତ୍ୟେକ ଦିନ ତାଙ୍କୁ ବାଧ୍ୟ କରି ଡ୍ରଗ୍ସ ମଧ୍ୟ ଖୁଆଇ ଦିଆଯାଉଥିଲା । ଏଥି ସହ ଠିକରେ ଖାଇବା ପିଇବାକୁ ବି ଦିଆଯାଉନଥିଲା ।

କୌଶଳକ୍ରମେ ୧୫ ତାରିଖ ଦିନ ସେ ଛାତ ଉପରକୁ ଆସି ସାହାର୍ଯ୍ୟ ପାଇଁ ଏକ କାଗଜରେ ଲେଖି ତଳକୁ ପକାଇଥିଲେ । ଏହି କାଗଜ ଦେଖିବାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନଶମ ବିଭାଗ ତିନି ମହାଲା ଘରର କବାଟ ତାଡି ଯୁବତୀଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନା ଓ ପରେ ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ପିଡୀତାଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ପୁରୀ ଯାଇଥିଲେ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ । ପୋଲିସ ଏହି ଘଟଣାରେ ଘର ମାଲିକ ଓ ଆଉ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ।

ପିଡାତା ଏଯାଁ ପୁରୀ ମେଡିକାଲରେ ଚିକିତ୍ସିତ ଅଛନ୍ତି । କୋଣାର୍କର ବିଭିନ୍ନ ଲଜରେ ବହୁ ବେଆଇନ କାର୍ଯ୍ୟ ହେଉଥିଲେ ମଧ୍ୟ ପୋଲିସ ନିରବ ଦ୍ରଷ୍ଟା ସାଜିଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏଥି ସହ ଦିନକୁ ଦିନ କୋଣାର୍କରେ ଏଭଳି ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଶ୍ବ ପର୍ଯ୍ୟଟନସ୍ଥଳ କୋଣାର୍କର ଛବି ଖରାପ ହେବା ସହ ପର୍ଯ୍ୟଟନ ଉପରେ ଏହାର କୁପ୍ରଭାବ ପଡୁଛି ।

 

   Related Posts