Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଜିଲ୍ଲା ବିଜେପିର ଅନୁଗୋଳ ବନ୍ଦ ଡାକରା

24/07/2019 at 9:19 AM

ଅନୁଗୋଳ ୨୪|୭: ଆଜି ଅନୁଗୋଳ ବନ୍ଦ । ଜିଲ୍ଲାରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି | ୩ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି | ଗତ ଶନିବାର ରାତିରେ ଅନୁଗୁଳ ବସ୍ ଷ୍ଟାଣ୍ଡ୍ ପରିସରସ୍ଥ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଦମ୍ପତିଙ୍କ କୋଳରୁ ତାଙ୍କ ଆଠ ବର୍ଷୀୟ ଝିଅକୁ ଉଠାଇ ଦୁଷ୍କର୍ମ କରାଯିବା ପରେ କ୍ଷତାକ୍ତ ଅବସ୍ଥାରେ ତାକୁ ଡ୍ରେନ୍ ରେ ଫିଙ୍ଗି ଦିଆଯାଇଥିଲା |

ସେହିପରି ୫ ଦିନରେ ଦୁଇଟି ମୃତଦେହରୁ ଆଖି ଗାୟବ ହୋଇଥିବାବେଳେ ପୋଲିସର ପଦକ୍ଷେପକୁ ନେଇ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି | ଶୁକ୍ରବାର ୪ ବର୍ଷର ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣା ପରେ ଗତକାଲି ଜଣେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଆଖି ମଧ୍ୟ କେହି ତାଡ଼ିନେଇଛି | ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

   Related Posts