ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି ,କିଛି ପ୍ରଭାବ ପଡ଼ିବନି ବୋଲି କହିଲେ ଉଭୟ ବିଜେଡ଼ି ଓ କଂଗ୍ରେସ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ଵର ; ୨୭/୧୦- ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି । ରାଜ୍ୟରେ ଦିନକୁ ଦିନ ଦୁର୍ନିତି ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ରାଜ୍ୟରେ ତିନି ଦିନ ଧରି ବିକ୍ଷୋଭ କରିବ ବିଜେପି । ବ୍ଲକ ଘେରାଓ ନେଇ ପ୍ରତିକ୍ରୟା ରଖିଛି ଉଭୟ ବିଜେଡ଼ି ଓ କଂଗ୍ରେସ । ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଭିତରେ କଂପିଟେସନ ଚାଲିଛି ,କିଏ କେତେ ଭୂଆଁ ବୁଲେଇପାରିବ ୨୦୧୯ ଇଲେକସନରେ ବୋଲି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବ ଦାସ । ବିଭିନ୍ନ ବ୍ଲକରେ  ଯେଉଁ ଆକ୍ଟିଭିଟି କାର୍ଯ୍ୟକ୍ରମ ବିଜେଡ଼ିର ଚାଲିଛି ,ତାକୁ ହରିଲୁଟ କରିବାକୁ ଏହି କାର୍ଯ୍ୟକ୍ରମ ବିଜେପି ଚାଲୁ ରଖିଛି । ୨୦୧୯ରେ ଲୋକେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି  ବରିଷ୍ଠ ବିଜେଡ଼ି ନେତା ତଥା ଖାଦ୍ୟ ଯୋଗାଣ  ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.