ରାହୁଲଙ୍କୁ ନେଇ ଖଡଗହସ୍ତ ବିଜେଡି-ବିଜେପି: କଂଗ୍ରେସ କହିଲା ଡରିଗଲେଣି, ଏପଟେ କୃଷ୍ଣ ସଗରିଆ ଓ ଶ୍ରୀକାନ୍ତ ବିଏସପି ମୁହାଁ…

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର୨୬|୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଜୋର ଚର୍ଚ୍ଚା। କଂଗ୍ରେସ ନେତାଙ୍କ ଠାରୁ ବିଜେଡି ବି​‌ଜେପି ନେତା ଏବେ ରାହୁଲଙ୍କୁ ନେଇ ବ୍ୟସ୍ତ ବିବ୍ରତ।  ଯେଉଁଥିପାଇଁ ରାହୁଲଙ୍କୁ ବିଜେଡି ବିଜେପି ମିଶି ଟାର୍ଗେଟ କରିଛନ୍ତି। କଂଗ୍ରେସର ବୁନିଆଦ କଥା ଉଠାଇ ରାହୁଲଙ୍କୁ ନିଶାନ ସାଧିଛନ୍ତି। ଆଉ କଂଗ୍ରେସ  କହିଛ ସଭାକୁ ଦେଖି  ବିଜେଡି ବିଜେପି ଭୟଭୀତ ହୋଇପଡିଛନ୍ତି। ଯେଉଁଥିପାଇଁ ଦାନ୍ତ ରଗଡୁଛନ୍ତି ବିଜେଡି ବିଜେପି ନେତା। ଏପଟେ କଂଗ୍ରେସରୁ ବହିଷ୍କାର ହୋଇଥିବା କୃଷ୍ଣ ସଗରିଆ ବହୁଜନ ସଭାଜ ପାର୍ଟିକୁ  ଯିବାକୁ ଘୋଷଣା କରିଛନ୍ତି….   

{"id":78442}

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତପରେ ଜୋର ଧରିଛି ରାଜ୍ୟରାଜନୀତି। କାଲି ରାହୁଲ  ବିଜେଡି ଓ ବିଜେପି ଉପରକୁ ସିଧା ନିଶାନ ସାଧିଥିଲା ବିଜେଡି ବିଜେଡି ମିଶି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି।   ବେଳେ ଆଜି ରାହୁଲଙ୍କୁ ନେଇ ବିଜେଡି ବି​‌ଜେପି ଆଜି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ବିଜେପି ସିଧା ଆଜି ରାହୁଲଙ୍କୁ ଟାର୍ଗେଟ କରିଛି। ରାହୁଲ ଓଡିଶା ଆସି ମିଛ କହିଛନ୍ତି। କଂଗ୍ରେସ ହିଁ ଏକଛତ୍ରବଦେ ଶାସନ କରିଛି। ୧୦ ବର୍ଷ ଶାସନକାଳରେ ଦେଶର ବିକାଶ ହୋଇନି ।ଏବେ କେନ୍ଦ୍ର ଓ ରାଜ୍ୟରରେ ସହଭାଗିତାରେ ବିକାଶ ହେଉଥିବାରୁ କଂଗ୍ରେସ ସହିପାରୁନି।

{"id":78440,"width":591,"height":320}

ବିଜେଡି କହିଛି ରାହୁଲ ଗାନ୍ଧୀ ହତାଶ ଓ ନିରାଶର କଥା କହିଛନ୍ତି। ଯଦି ଏଠି ଏକ ଛତ୍ରବାଦ ଶାସନ ଚାଲିଥିଲା ତାହେଲେ ସାଧରଣ ଲୋକେ ୪ଥର ଭୋଟ ଦେଇନଥାନ୍ତେ। ପିସିସି ସଭାପତି ବିଜେପି ଉପରେ ଓଲଟା ଅଭିଯୋଗ କରିଛନ୍ତି ବିଜେଡି ବିଜେପି ଭୟକରିଲେଣି କଂଗ୍ରେସକୁ। ସରକାର ସଭା ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଆଉ ଧର୍ମେନ୍ଦ୍ର ପ୍ରଧାନ ଦିନରେ ମହମତୀ ଦେଖାଉଛନ୍ତି ବୋଲି କହିଛନ୍ତି ନିରଞ୍ଜନ।  

{"id":78443,"width":590,"height":393}

ରାହୁଲ ସଭାରେ ଲୋକଙ୍କ ଭିଡକୁ ଦେଖି କଂଗ୍ରେସ ସରକାର ପରିବର୍ତ୍ତନର ସ୍ବପ୍ନ ଦେଖୁଥିବାବେଳେ କଂ​‌ଗ୍ରେସରୁ ବିତାଡିତ ନେତା କିନ୍ତୁ ବହୁଜନ ସମାଜ ପାର୍ଟି ଯିବାକୁ ସ୍ବପ୍ନ ଦେଖିଲେଣି। କଂଗ୍ରେସରୁ ଗତ ୧୯ ତାରିଖ ଦିନ ବହିଷ୍କାର ହୋଇଥିବା​‌ କୃଷ୍ଣ ସଗରିଆ ଖୁବ ଶିଘ୍ର ବହୁଜନ ସମାଜ ପାଟିରେ ଯୋଗେଦେବାକୁ ଘୋଷଣା କରିଛନ୍ତି। ଏପଟେ ଶ୍ରୀକାନ୍ତ ଜେନାଙ୍କ  ମଧ୍ୟ ବହୁଜନ ସମାଜ ପାର୍ଟି ଲାଇନରେ ଥିବା ଚର୍ଚ୍ଚା ହେଉଛି। କାରଣ ଦଳିତଙ୍କ ସ୍ବର ଏବେ ଏହି ଦୁଇ ନେତା ଶାଣିତ କରୁଛନ୍ତି।

ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ଦଳ ଡିଆଁ ଖବର ଯେତିକି ରୋଚକ ହେଉଛି ତାହା ସହିତ ଜାତୀୟ ସ୍ତର ନେତା ଘନ ଘନ ଗସ୍ତ କରି ନିର୍ବାଚନ ମା​‌ହୋଲକୁ ଆହୁରି ସରଗରମ କରୁଛନ୍ତି।

{"id":78439}

ଆସନ୍ତ ୩୧ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆରବିନ୍ଦକୁ ନିମନ୍ତ୍ରଣ କରାଯାଇଛ। ଯାହାର ନେତୃତ୍ବ ନେଉଛନ୍ତି ଶ୍ରକାନ୍ତ ଜେନା ଏବଂ କୃଷ୍ଣ ଚନ୍ଦ୍ର ସଗରିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.