Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ବିଜେପି –ବିଜେଡି ଭିତରେ ବଢୁଛି ପ୍ରେମ: ଏହାକୁ ଦେଖି କର୍ମୀ ଓ ତଳ ସ୍ତରର ନେତାଙ୍କ ଅକଲ ଗୁଡୁମ୍, କହିଲେଣି -ଇସ୍ ପ୍ୟାରକୋ କ୍ୟା ନାମ୍ ଦୁଁ ?

21/08/2019 at 6:43 PM

ଭୁବନେଶ୍ବର୨୧|୮: ବିଜେପି ବିଜେଡିର ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ । କେତେବେଳେ ତିନି ତଲାକ, ଧାରା ୩୭୦ ଭଳି ଗୁରୁତ୍ବପୂର୍ଣ ବିଲ୍ କୁ ବିଜେଡିର ବଡ ହଁ । ତ ଆଉ କେତେବେଳେ ଓଡିଶାକୁ ଆର୍ଥିକ ସହାୟତା ପାଇଁ ମୋଦିଙ୍କ ଖୋଲା ହାତ । ଯାହା ଫନି ବାତ୍ୟା ଉଦାହରଣ । ଏଣେ ରାଜ୍ୟ ନେତାଏ ବିଜେଡି ସରକାରର ନିଷ୍ପତ୍ତି ବିରୋଧରେ ବର୍ଷିବାରେ ଲାଗିଛନ୍ତି।

ଇସ୍‌ ପ୍ୟାରକୋ କ୍ୟା ନାମ୍‌ ଦୁଁ । ଦିଲ୍ଲୀରେ କୋଳାକୋଳି ଏଠି କିନ୍ତୁ ଛିଡୁନି କଳି । ବିଜେଡି ବିଜେପି ଭିତରେ ଏବେ ଚାଲିଥିବା ଲୁଚକାଳି ଖେଳରେ ରାଜ୍ୟର ଏହି ଦୁଇଦଳର ନେତା ଓ କର୍ମୀ ବିବ୍ରତ । କିଏ କିଏ କହୁଛନ୍ତି ଏବେ ଦୁଇଦଳ ଭିତରେ ହନିମୁନ୍ ପିରିୟଡ ଚାଲିଛି । ଆଉ କିଏ କହୁଛି ଚାଲିଛି ସଲାକୁସ୍ତି।   ମୁଣ୍ଡ ଉପରେ ନିର୍ବାଚନ ନାହିଁ କି ସରକାର ପ୍ରତି ବିପଦ ନାହିଁ ତେଣୁ ପ୍ୟାର ବଢୁଛି  ।  

ଦିନ କେଇଟା ତଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ପେଟ୍ରୋଲିମୟ ମନ୍ତ୍ରଣାଳୟ ଅଧିନସ୍ଥ ଆଇଓସିଏଲର ଲକ୍ଷେ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ଏହାକୁ ଗଣ୍ଠି ପକାଇଥିଲା ବିଜେପି । କାହିଁକି ରାଜ୍ୟ ସରକାର ଏସବୁ ପ୍ରକଳ୍ପକୁ ଆଗକୁ ବଢିବାକୁ ଦେଉନାହାନ୍ତି ବୋଲି ଗଳାଫଟାଇ ଚିତ୍କାର କରିଥିଲେ ବିଜେପି ନେତା ।

ଏବେ ରକେଟ ଗତିରେ ଫାଇଲ୍‌ ଚାଲିଲା,  କେନ୍ଦ୍ରୀୟ ପ୍ରକଳ୍ପକୁ ସଟାସଟ ମିଳିଗଲା ଗ୍ରୀନ୍ ସିଗନାଲ। ସେହିପରି ଫୋନି ମହାବାତ୍ୟା ସହାୟତା ରାଶି ବି ଏକାଥରକେ ୩୩୩୮କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ସଂପର୍କ ଆଗଉଥିବା ବେଳେ ରାଜ୍ୟ ନେତାଙ୍କ ଅକଳ ଗୁଡୁମ ଇସ୍ ପ୍ୟାର କୋ କ୍ୟା ନାମ୍ ଦେଙ୍ଗେ।

ଏସବୁ ଭିତରେ ମଝିରେ ମଝିରେ ବିଜେଡି ବିଜେପି ନେତା ଫ୍ରେଣ୍ଡଲି ଫାଇଟ ବି କରୁଛନ୍ତି । ରାଜ୍ୟ ସରକାର ଯେଉଁ ୨ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଜୁରୀ ଦେଲେ କେନ୍ଦ୍ର ସରକାର ଏସବୁ ବହୁ ଆଗରୁ ମଞ୍ଜୁରୀ ଦେଇଥିଲେ।  ରାଜ୍ୟ ସରକାରଙ୍କ ଏନଓସିକୁ ଅପେକ୍ଷା ଥିଲା । କାହିଁ ରାଜ୍ୟ ସେତେବେଳେ ବ୍ରେକ୍ ଲଗାଇଥିଲା ବୋଲି ବିଜେପି ପ୍ରଶ୍ନ କରିଛି । କାଳେ ବିଜେପି ବାହାବା ନେଇଯିବ ସେଥିପାଇଁ ବିଜେଡି ଏଭଳି କରିଥିଲା ବୋଲି ବିଜେପି ଅଭିଯୋଗ ଆଣିଛି । ବିଜେଡି କିନ୍ତୁ ବିଜେପି କୋର୍ଟକୁ ବଲ ଫିଙ୍ଗିଛି ।

ନିର୍ବାଚନ ପରେ ବିଜେଡି ବିଜେପି ଭିତରେ ବନ୍ଧୁତା ବଢିଛି । ବହୁ ଗୁରୁତ୍ବପୂର୍ଣ ବିଲ୍ ରେ ବିଜେଡି କେନ୍ଦ୍ର ସରକାରଙ୍କ ସହ କାନ୍ଧ ଦେଇଛି । କହିବାକୁ ଗଲେ ଏବେ ବିଜେଡି ବିଜେପି ଭିତରେ ଅଲ୍ ଇଜ୍ ଓେଲ୍ ।  ତଲସ୍ତରରେ ଯାହା ଦୁଇଦଳର ମୁଖପାତ୍ର ସ୍ତରୀୟ ସଲାକୁସ୍ତି ଚାଲିଛି।

   Related Posts