Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ : ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବାକୁ ଯାଇ ହଟ୍ଟହଟ୍ଟା ହେଲେ ୭ଜଣ ବିଧାୟକ

ସମ୍ବଲପୁର ୧୦/୧ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦିନକୁ ଦିନ ଜୋର ଧରିଲାଣି ଆନ୍ଦୋଳନ । ୪ମାସରୁ ଅଧିକ ସମୟ ହେବ  ୯ଟି ଜିଲ୍ଲାରେ ବିଚାର ବିଭାଗ ଓ ପ୍ରଶାସନିକ କଳ ସଂପୂର୍ଣ୍ଣ ଅଚଳ ହୋଇପଡିଛି । ୪୮ଘଣ୍ଟିଆ ମହାବନ୍ଦ, ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ବି ସରିଲାଣି । ହେଲେ ଦାବି ପୂରଣ ଦିଗରେ ସରକାରଙ୍କ ଆନ୍ତରିକତା ଥିଲା ଭଳି ମନେହେଉନି ।  ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ । ପଶ୍ଚିମ ଓଡିଶାର ୭ଜଣ ବିଧାୟକ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିବାକୁ ଯାଇ ହଟ୍ଟହଟ୍ଟା ହୋଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିପାରିଲେନି ଜନ ପ୍ରତିନିଧି । ମୁଖ୍ୟମନ୍ତ୍ରୀଙ୍କ ସହ ମାତ୍ର ୭ମିନଟ ପାଇଁ ସାକ୍ଷାତ ହେଲା । ଦାବି ପୂରଣ ନେଇ ପଦକ୍ଷେପ ଉପରେ ଗୁରୁତ୍ବ ଦେଇନଥିଲେ ନବୀନ । କେବଳ ଓକିଲମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିବା ଦିଗରେ ଜୋର୍‌ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିରୁ ସ୍ପଷ୍ଟ ଯେ ପଶ୍ଚିମ ଓଡିଶାର ଦେଢ଼ କୋଟି ଲୋକଙ୍କ ଦାବି, ଆନ୍ଦୋଳନକୁ ଗୁରୁତର ସହ ନେଉନାହାଁନ୍ତି ରାଜ୍ୟ ସରକାର । କେବଳ ଉପର ଠାଉରିଆ ଭାବରେ କେନ୍ଦ୍ରକୁ ଚିଠି ଲେଖି ଚୁପ୍‌ ହୋଇବସିଛନ୍ତି  ବୋଲି କୁଚିଣ୍ଡା ବିଧାୟକ ଆକ୍ଷେପ କରିଛନ୍ତି ।

ରବିଙ୍କ ଅଭିଯୋଗର ଦୃଢ ଜବାବ୍‌ ରଖିଛନ୍ତି ସମ୍ବଲପୁର ବିଧାୟିକା ଡାକ୍ତର.ରାସେଶ୍ବରୀ ପାଣିଗ୍ରାହୀ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଇ-ମେଲ୍‌କୁ ରାସେଶ୍ବରୀ ଦେଖିନଥିଲେ । ଆଉ ବିଧାୟକମାନେ ଭେଟିବାକୁ ଗଲାବେଳକୁ  ମୁଖ୍ୟ ବିଚାରପତି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଠିକ୍‌ ଥିଲା । ପୁର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀଙ୍କୁ ୪ଟି ଚିଠି ଲେଖିସାରିଛନ୍ତି। ହେଲେ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଉଛନ୍ତି ।  ବିଜେପି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବୟାନ ବାଜି କରୁଛି ସିନା,କେନ୍ଦ୍ର ସରକାରଙ୍କ ଉପରେ ଏ ଦିଗରେ ଚାପ ସୃଷ୍ଟି କରିବାରେ ବିଫଳ ହୋଇଛି ବୋଲି କହିଛନ୍ତି ବିଧାୟିକା । 

ଆନ୍ଦୋଳନ ଏବେ ଗଣଆନ୍ଦୋଳନରେ ପରିଣତ ହେଲାଣି। ଦେଖାଯାଉ ଦାବି ପୂରଣ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ।  

128 Views

   You May Also Like