ଉଜ୍ଜ୍ବଳା ଏବଂ ପିଠା ଯୋଜନାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ, ଉଜ୍ବଳା ଯୋଜନା ନେଇ ନରସିଂହ ବି ଉଠାଇଲେ ପ୍ରଶ୍ନ
14/12/2018 at 6:46 PM

ଭୁବନେଶ୍ବର୧୪|୧୨: ଉଜ୍ଜ୍ବଳା ଏବଂ ପିଠା ଯୋଜନାକୁ ନେଇ ବିଜେଡି ବିଜେପିମୁହାଁମୁହିଁ । କେନ୍ଦ୍ର ସରାକରଙ୍କ ଉଜ୍ଜ୍ବଳା ଯୋଜନା ରାଜ୍ୟରେ ଫେଲ ମାରୁଥିବା ସରାକରୀ ଦଳ ଅଭିଯୋଗକରିଥିବାବେଳେ ବିଜେପି ଅଭିଯୋଗ କରୁଛି ଶାସନ ଗାଦିକୁ ବିଜେଡି ଧରିବା ପାଇଁ ଯୋଜନା ପରେ ଯୋଜନାକରୁଛି। ହେଲେ ଏହା ବାସ୍ତବରେ ପହଞ୍ଚିପାରୁନି । ଚିଠିଯୁଦ୍ଧ ପରେ ମଇଦାନରେ ଚାଲିଛି ବାକ ଯୁଦ୍ଧ।
ଉଜ୍ଜଳା ଓ ପିଠା ଯୋଜନାକୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁହେଲେଣି ବିଜେପି ବିଜେଡି । ଉଜ୍ଜଳା ଯୋଜନାକୁ ନେଇ ବିଜେଡି ଘେରିଥିବା ବେଳେ ପିଠା ଯୋଜନାକୁ ନେଇବିଜେପି ଘେରିଛି । ଉଜ୍ଜଳା ଯୋଜନା ରାଜ୍ୟରେ ଫେଲ ମାରିଛି। ଯେତିକି ଗ୍ୟାସସଂଯୋଗ ଦିଆଯାଇଛି ସେତିକି ଫିଲିଂ ହୋଇନି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁସୂର୍ଯ୍ୟପାତ୍ର ଚିଠି ଲେଖିଥିଲେ। ଏପଟେ ବିରୋଧୀଦଳ ନେତା ନରସିଂହୖ ମିଶ୍ର ବି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କହିଛନ୍ତି। ଗରିବଙ୍କୁ କେବଳ ହଟହଟାକରାଯାଉଛି। କେବଳ ରାଜନୀତି ପାଇଁ ଉଜ୍ଜ୍ବଳା ଯୋଜନା। ପ୍ରଥମେ ମାଗଣାରେ ସଂଯୋଗ ଦିଆଯାଉଛି। ତାପରେଗ୍ୟାସ ଦର ବୃଦ୍ଧି କରାଯାଇ ସୁଧମୂଳ ସହ ଆଦାୟ କରାଯାଉଛି ବୋଲି କହିଛନ୍ତି ନରସିଂହ।

ଚିଠିର ଜବାବ ଚିଠିରେ ଦେଇଛନ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ଉଜ୍ଜ୍ବଳା ଯୋଜନା ଜରିଆାରେ ୭୨ .୫ଲକ୍ଷ ଗ୍ୟାସସିଲିଣ୍ତର ସଂଯୋଗ କରାଯାଇଛି । ଏଥିମଧ୍ୟରୁ ୭୦ ପ୍ରତିଶତପରିବାର ଗ୍ୟାସ ସିଲିଣ୍ତର ଭରିଛନ୍ତି । ସୂର୍ଯ୍ୟପାତ୍ରଙ୍କଚିଠିରେ କୌଣସି ତଥ୍ୟ ନାହିଁ ଏହା ସମ୍ପୂଣ୍ଣ ବିଭ୍ରାନ୍ତିକର ବୋଲି ଲେଖିଛନ୍ତି । ବାଲେଶ୍ବରରେ ହେଉଥିବାପଦଯାତ୍ରାରେ ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁଆରମ୍ଭ କରି ପିଠା ଯୋଜନା ବୃଦ୍ଧ ବାଘର କଙ୍କଣ ଉପାଖ୍ୟାନ ବୋଲି କହିଛନ୍ତି। ଧର୍ମେନ୍ଦ୍ର ପୁଣିପିସି କରାବାର କଥା ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି।
ନିର୍ବାଚନ ପାଖେଇ ଆସୁଥିବାରୁ ମଇଦାନରେ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକ୍କାପଞ୍ଛା।