Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

‘ବାହାରକୁ ସେତିକି ବାହାରନ୍ତୁ ଯେତିକି ସମୟ ରାହୁଲ ଗାନ୍ଧି ମନ୍ଦିର ଯାଆନ୍ତି’ : ଏପରି ବୟାନ ଦେଇ ବିବାଦରେ ବିଜେପି ଅଧ୍ୟକ୍ଷ

12/06/2021 at 5:42 PM

ପାଟନା ୧୨/ ୦୬ : କରୋନା ସଂକ୍ରମଣ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଜାରି ରହିିଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଏବେ କିଛି ରାଜ୍ୟରେ ଅନଲକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟଶ୍ବାଲ । ସେ କହିଛନ୍ତି, ବିହାରରେ ଲକଡାଉନକୁ ହଟାଇ ଦିଆଯାଇଛି ସତ କିନ୍ତୁ ଲୋକମାନେ ଘରୁ ସେତିକି ବାହାରନ୍ତୁ ଯେତିକି ସମୟ ରାହୁଲ ଗାନ୍ଧି ମନ୍ଦିର ଯାଆନ୍ତି । ଏହି ବିବାଦୀୟ ବୟାନ ସହ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନନ୍ତି ସଞ୍ଜୟ ।


ସଞ୍ଜୟ କହିଛନ୍ତି, ‘ ବିହାର ସରକାର ରାଜ୍ୟରେ ଲକଡାଉନକୁ ହଟାଇ ଦେଇଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ । ମୁ୍ଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ଅତି ଆବଶ୍ୟକ ହେଲେ ହିଁ ଘରୁ ବାହାରକୁ ବାହାରନ୍ତୁ ।’ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, ‘ଯେତିକି ସମୟ ରାହୁଲ ଗାନ୍ଧି ମନ୍ଦିର ଯାଆନ୍ତି ସେତିକି ସମୟ ପାଇଁ ଘରୁ ବାହାରକୁ ବାହାରନ୍ତୁ । ସେତିକି ମାସ୍କ ପିନ୍ଧନ୍ତୁ ଯେତିକି ସମୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗେରୁଆ ପିନ୍ଧନ୍ତି । ସବୁଠାରୁ ବଡ କଥା ହେଉଛି ଡାକ୍ତରମାନେ ଏହି କରୋନା ଭାଇରସକୁ ସେତିକି ଯାଣନ୍ତି ଯେତିକି ସୋନିଆ ଗାନ୍ଧି ହିନ୍ଦି ଭାଷା ଜାଣିଛନ୍ତି ।’


ସୂଚନାଯୋଗ୍ୟ, ବିହାରରେ କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ଲକଡାଉନ ଲାଗୁ କରାଯାଇଥିଲା । ତେବେ ରାଜ୍ୟରେ ସଂକ୍ରମଣ ହାର କମିବା ପରେ ଗତ ଜୁନ ୮ତାରିଖରୁ ଲକଡାଉନ ହଟାଯାଇଥିଲା । ଅବଶ୍ୟ ଏବେ ମଧ୍ୟ ବିହାରରେ ନାଇଟ କର୍ଫୁ ଏବଂ ସପ୍ତାହନ୍ତ ସଟଡାଉନ୍‌ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିହାରରେ ୫୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ବିହାରରେ ବର୍ତ୍ତମାନ ସୁଦ୍ଧା ୭.୧୬ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିସାରିଛି । ସେମାନଙ୍କ ମଧ୍ୟରୁ ୯୪୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ଟିଭ କେସ ରହିଛି ୫୫୯୬ । ରାଜ୍ୟରେ ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥ ହାର ଅଧିକ ରହିଛି ।

   Related Posts