ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବଡ ଧକାମା, ଦୁଇଟି ଆସନରେ ନାହାନ୍ତି କେହି ପ୍ରତିନ୍ଦ୍ବନ୍ଦି
27/03/2019 at 10:16 AM

ନୂଆଦିଲ୍ଲୀ ୨୭|୩ : ନିର୍ବାଚନକୁ ଅଳ୍ପ ଦିନ ବାକି ଥିବାବେଳେ ଚାରିଆଡେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଭାରତୀୟ ନତା ପାର୍ଟି ବଡ ଧମାକା କରିଛି । ଅରୁଣାଞ୍ଚଳ ପ୍ରଦେଶରେ ଦୁଇଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । କାରଣ ଏହି ଦୁଇଟି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ବିରୋଧରେ କେହି ପ୍ରତିନ୍ଦ୍ବନ୍ଦି ନାହାନ୍ତି । ତାଙ୍କ ବିରୋଧରେ ଏହି ଆସନରୁ କେହି ନିର୍ବାଚନ ଲଢୁନାହାନ୍ତି ।
ଏହାକୁ ନେଇ ବିଜୟ ଯାତ୍ରା ଆରମ୍ଭ ହୋଇଗଲା ବୋଲି ଭାଜପା କହିଛି । ଭାଜପାର ମହାସଚିବ ରାମ ମାଧବ ଟ୍ବିଟ୍ କରି କହିଛନ୍ତି ଯେ, ଭାଜପାର ବିଜୟ ଯାତ୍ରା ଅରୁଣାଞ୍ଚଳ ପ୍ରଦେଶରୁ ଆରମ୍ଭ ହେଲା । ସେ ମଧ୍ୟ ଟ୍ବିଟରରେ ସୂଚନା ଦେଇଛନ୍ତି ଯେ, ଆଲୋ ଆସନରୁ ସରକଣ୍ଟୋ ଜିନି ଏବଂ ୟାଚୁଲି ଆସନରୁ ଇଂଜିନିୟର ତାବା ତେଦିର ର୍ନିନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ଉଭୟ ଆସନରେ ନାମାଙ୍କନ ପତ୍ର ଯାଞ୍ଚ ପରେ ଏମାନେ ନିନ୍ଦ୍ବନ୍ଦ୍ବରେ ନିର୍ବାଚନ ବିଜୟ ହୋଇଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଯଦିଓ ନିୟମ ଅନୁସାରେ ୨୮ତାରିଖ ଦିନ ପ୍ରାର୍ଥୀପତ୍ର୍ର ପ୍ରତ୍ୟାହୃତ ଶେଷ ଦିନ ରହିଛି ତେଣୁ ତାପରେ ଔପଚାରିକ ଭାବେ ଘୋଷଣା କରାଯିବ ।