Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ତାଜିଆକୁ ଅନୁମତି କିନ୍ତୁ ରାମଲୀଲାକୁ ନୁହେଁ, ଉଦ୍ଧବ ଠାକରେ ସରକାରଙ୍କୁ ବିଜେପିର ଟାର୍ଗେଟ୍

17/10/2020 at 5:00 PM

ମୁମ୍ବାଇ ୧୭।୧୦: ମହାରାଷ୍ଟ୍ରରେ ରାମଲୀଲା ଆୟୋଜନକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟରେ ତାଜିଆ ପାଇଁ ଅନୁମତି ମିଳିଛି ମାତ୍ର ରାମଲୀଲା ପାଇଁ ନୁହେଁ। ବିଜେପି ନେତା ଅମରଜିତ ମିଶ୍ର କହିଛନ୍ତି, ରାଜ୍ୟରେ ତାଜିଆ ପାଇଁ ଅମୁମତି ମାତ୍ର ରାମଲୀଲା ପାଇଁ ନୁହେଁ। ଏହାକୁ ଦେଖିଲେ ଲାଗୁଛି ରାଜ୍ୟରେ ଉଦ୍ଧବ ଠାକରେ ସରକାର ହିନ୍ଦୁ ଜନଭାବନାକୁ ସମ୍ମାନ କରୁନାହିଁ।

ସେ କହିଛନ୍ତି, ଏକ ଧର୍ମ ବିଶେଷ ପ୍ରତି ସରକାରଙ୍କ ପ୍ରେମ ରହିଛି, ଏହା ଉପରେ ଆମର ଆପତ୍ତି ନାହିଁ। ପ୍ରଶ୍ନ ଏହା ଯେ, ସରକାର କଣ ପାଇଁ ରାମଲୀଲାକୁ ଅନୁମତି ଦେଉ ନାହାନ୍ତି। ଆମେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ମଧ୍ୟ ଭେଟି ସାରିଛୁ। ଆମର ଦାବି ବିଷୟରେ ସରକାରଙ୍କୁ ଅବଗତ କରାଇଛୁ।

ମିଶ୍ର କହିଛନ୍ତି, ରାମଲୀଲାକୁ ଅନୁମତି ନମିଳିଲେ, ଆମେ ସରକାର ସହ ମୁହାଁମୁହିଁ ହେବାକୁ ପ୍ରସ୍ତୁତ। ସରକାରଙ୍କୁ ମଦଖାନା ପସନ୍ଦ। ଲୋକେ ମଦ ପିଇବା ପରେ ନିଜ ଉପରେ ନିୟନ୍ତ୍ରଣ ରଖୁ ନାହାନ୍ତି ମାତ୍ର ରାମଲୀଲାକୁ ଦେଖିବା ପରେ  ଲୋକେ ନିଜର ମର୍ଯ୍ୟାଦା ପାଳନ କରନ୍ତି।

ଅମରଜିତ ମିଶ୍ର କହିଛନ୍ତି , ରାମଲୀଲା ଜରିଆରେ ଆମେ ସରକାରଙ୍କ ମୁଖା ଖୋଲିବାକୁ ଚାହୁଁଛୁ। ରାମଲୀଲାର ଅନୁମତି ମିଳିଲେ ଆମେ ସମସ୍ତେ ନିୟମ ମାନି ରାମଲୀଲା ଆୟୋଜନ କରିବୁ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ପ୍ରତିବର୍ଷ  ପ୍ରାୟ ୫୦୦ ଛୋଟ ବଡ ପେଣ୍ଡାଲରେ ରାମଲୀଲା ଆୟୋଜନ ହୋଇଥାଏ।

ରାମଲୀଲାରେ କାମ କରୁଥିବା କଳକାରଙ୍କ ପ୍ରାୟ ୪୦ ହଜାର ପରିବାର ଏହା ଉପରେ ନିର୍ଭରଶୀଳ। ପ୍ରତି ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଛତିଶଗଡ, ବିହାର ଓ ଝାରଖଣ୍ଡରୁ କଳାକାର ରାମଲୀଲାରେ ଯୋଗ ଦେବାକୁ ମହାରାଷ୍ଟ୍ର ଆସନ୍ତି।

   Related Posts