ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି, ମମିତା ମେହେର ହତ୍ୟାକାଣ୍ଡରେ ହସ୍ତକ୍ଷେପ ଦାବି

Published By : Prameya-News7 Bureau | October 21, 2021 IST

ଭୁବନେଶ୍ବର ୨୧।୧୦: ରାଜ୍ୟ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି । ମମିତା ମେହେର ହତ୍ୟାକାଣ୍ଡରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି ନେଇ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପିର ଏକ ଟିମ୍ । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି କିନ୍ତୁ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛି । ମନ୍ତ୍ରୀ ସେଠାକୁ ଯାଉଥିଲେ ଏବଂ ରାତ୍ରିଯାପନ କରୁଥିଲେ ବୋଲି ପରିବାର ଲୋକ ବାରମ୍ବାର ଅଭିଯୋଗ ସତ୍ତ୍ଵେ ତାକୁ ତଦନ୍ତ ପରିସର ଭୁକ୍ତ କରୁନି ପୋଲିସ । ତେଣୁ ତଦନ୍ତରେ ମାନବାଧିକାର କମିଶନ ହସ୍ତକ୍ଷେପ କରି ସତର ପର୍ଦ୍ଦାଫାଶ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.