ନଭେମ୍ବରରେ ରାଜ୍ୟ ସରକାର କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ବାଣ୍ଟିବେ ବୋଲି କହିବାପରେ ବିଜେପି ପଚାରିଲା ଏହି ତିନୋଟି ମଞ୍ଜି ପ୍ରଶ୍ନ, କଂଗ୍ରେସ କଲା ଆଶଙ୍କା

Published By : Prameya-News7 Bureau | October 30, 2019 IST

ଭୁବନେଶ୍ବର୩୦|୧୦: ନଭେମ୍ବରେ ରାଜ୍ୟ ସରକାର କାଳିଆ ଯୋଜନା ଟଙ୍କା ବାଣ୍ଟିବା ନେଇ ଆରମ୍ଭ ହୋଇଛି ରାଜନrତି ।  ରାଜ୍ୟ ସରକାର କାଳିଆ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅର୍ଥ ଦେଇ ନାହାନ୍ତି । ସରକାରଙ୍କ ଏହି ଘୋଷଣା କେବଳ ଘୋଷଣା ସର୍ବସ୍ବ । ବିଜେପି କାଳିଆ ଯୋଜନାରେ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଥିବା ବେଳେ କଂଗ୍ରେସ ପ୍ରକୃତ ହିତାଧୀକାରୀ ଟଙ୍କା ପାଇବା ନେଇ ସନ୍ଦେହ କରିଛି । ସେପଟେ ଜବାବ ରଖିଛି ବିଜେଡି ।

{"id":177068}

ରାଜ୍ୟ ସରକାର ତ ଘୋଷଣା କରିଦେଲେ, ନଭେମ୍ବରେ ବାଣ୍ଟିବେ ଦ୍ବିତୀୟ କିସ୍ତି କାଳିଆ ଟଙ୍କା। କିନ୍ତୁ ଘୋଷଣାରେ କେଁ କାଢିଛନ୍ତି ବିରୋଧୀ । ପ୍ରଥମ କିସ୍ତି କାଳିଆ ଗୋଳିଆ ଉପରୁ ସରକାର ପରଦା ଉଠେଇ ନଥିବା ବେଳେ ପୁଣି ଦ୍ବିତୀୟ କିସ୍ତି କେମିତି ସରକାର ବାଣ୍ଟିବେ ବୋଲି ପ୍ରଶ୍ନ କରିଛନ୍ତି ।

{"id":177069}

ବିଜେପି ସରକାରଙ୍କୁ ୩ ଟି ପ୍ରଶ୍ନ କରିଛି। ୨୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର କୃଷି ଶ୍ରମିକ କେବେ କାଳିଆ ଟଙ୍କା ପାଇବେ? ସରକାରଙ୍କ ପାଖରେ ଯଦି ସଂପୂର୍ଣ୍ଣ ଚାଷୀଙ୍କ ତାଲିକା ଅଛି ତେବେ  ପିଏମ୍  କିଷାନ ନିଧି ଯୋଜନାରେ ୨୨ ଲକ୍ଷ ତାଲିକା କାହିଁକି ଦେଇଛନ୍ତି ?  ଏବଂ ୩ରେ ବର୍ତ୍ତମାନ ଯାଏଁ କାଳିଆ କିସ୍ତି କେତେ ଚାଷୀଙ୍କୁ ମିଳିଛି ଆଉ କେତେ ଜଣଙ୍କୁ ମିଳିନି ସରକାର ସ୍ପଷ୍ଟ କରନ୍ତୁ।

{"id":177070}

ସେପଟେ କଂଗ୍ରେସ ସମାନ କଥା କହି ସରକାରଙ୍କୁ ଘେରିଛି । ଭୋଟ୍  ଆଶାରେ ଅଯୋଗ୍ୟଙ୍କୁ ଟଙ୍କା ବାଣ୍ଟିଲେ ହେଲେ ଏଯାଏଁ ଟଙ୍କା ଫେରାଇ ଆଣିପାରିଲେନି । ପୁଣି ନଭେମ୍ବରରେ ଟଙ୍କା ଘୋଷଣା ଯେ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚିବ ତାହା ବିଶ୍ବାସ ହେଉନି ବୋଲି କହିଛି କଂଗ୍ରେସ ।

{"id":177071}

ରାଜ୍ୟ ସରକାର କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଲେଖା ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେଥିରୁ ପ୍ରଥମ କିସ୍ତିରେ ୫୧ ଲକ୍ଷ ହିତାଧିକାରୀଙ୍କ  ଆକାଉଣ୍ଟକୁ ଅର୍ଥ ଯାଇଛି ।

{"id":177072}

ସେଥିରୁ ପ୍ରାୟ ତିନି ୩ ଲକ୍ଷ ହିତାଧିକାରୀ  ଅଯୋଗ୍ୟ ବୋଲି ସରକାରଙ୍କ ଯାଞ୍ଚରୁ ଧରାପଡିଛି । ଏବେ ବାକି ୨୪ ଲକ୍ଷ ଚାଷୀଙ୍କୁ ସରକାର ଚିହ୍ନଟ କରିଛନ୍ତି ବୋଲି ଦାବି କରୁଛନ୍ତି ତା ଭିତରେ କିଛି ଅଯୋଗ୍ୟ ହିତାଧୀକାରୀ ରହିଯାଇ ନାହାନ୍ତି ତ?  

{"id":177073}

୨୪ ଲକ୍ଷ ହିତାଧୀକାରୀ ତାଲିକାରେ ନାଁ ସାମିଲ ପାଇଁ ଯେଉଁ ୪୦ ଲକ୍ଷ ଚାଷୀ ଆବେଦନ କରିଥିଲେ ସେହି ତାଲିକା ଯାଞ୍ଚ ହୋଇଛି ତ ?  ଏଭଳି ପ୍ରଶ୍ନ ଏବେ ବିରୋଧୀଙ୍କ ମୁହଁରେ । ସେପଟେ ଜବାବ ରଖି ବିଜେଡି କହିଛି ବିରୋଧୀ ଆଳ ଦେଖାଇଲେ ହେବନି । ବିଭିନ୍ନ ବିଭାଗର ଡେଟା ଅନୁସାରେ ଟଙ୍କା ଦିଆ ଯାଉଛି । ଯାଞ୍ଚ ବି ହେଉଛି । ଏମିତିକି ପିଏମ କିଶାନ ନିଧି କାହିଁକି ଏବେବି ଦେଶର ସବୁ ଚାଷୀଙ୍କ ପାଖରେ ପହଁଚୁନି ତାହାର ଜବାବ ଦିଅନ୍ତୁ ।

{"id":177074}

କାଳିଆ ଯୋଜନା ହିତାଧୀକାରୀ ତାଲିକାରେ ସ୍ବଛତା ନଥିବାରୁ ପିଏମ କିଶାନ ନିଧି ଯୋଜନା ପାଇଁ ସରକାର ସଂପୂର୍ଣ୍ଣ ଚାଷୀଙ୍କ ତାଲିକା ପଠାଉ ନାହାନ୍ତି ବୋଲି ଅଭଇଯୋଗ ହେଉଛି ।

{"id":177075}

ଏବେ ପ୍ରଶ୍ନ ଉଠୁଛି ସରକାର ଦ୍ବିତୀୟ କିସ୍ତି ଟଙ୍କା ଦେବା ପରେ କିଏ ପ୍ରକୃତ ଟଙ୍କା ପାଇବ ଓ କିଏ ନପାଇବ ଆଉ ସରକାର ଏହି ସଂପୂର୍ଣ୍ଣ ତାଲିକା କେନ୍ଦ୍ରକୁ ଦେବ ତ ବୋଲି ଉଠିଛି ପ୍ରଶ୍ନ । 

{"id":177076}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.